ସକାଳ
ସକାଳ
ସକାଳର କଅଁଳ ଖରାରେ
ବଣିର କିଚିର ମିଚିର
ଚାରା ଖୁଣ୍ଟି ଖାଇବା ବେଳେ
ଅଳସ ଦେହଟା ମୋଡ଼ି ମାଡ଼ି
ପୁଣି ଆଉ ଝାଙ୍କେ ନିଦ ମାରିବାକୁ
ଯେଵେ ଇଚ୍ଛା ହୁଏ
ସେ ନୂଆଁ ଵୋହୁଟି
ଗୋଵର ଗୋଳେଇ ଛେରା ପାଣି
ଟପର ଟାପର ଝିଣ୍ଟୁଥାଏ
ଗୋଟା ଖଳା ଦୁଆରରେ ।।
ସକାଳୁ ସକାଳୁ ଫୁଲ ଚୋର ମାନେ
ୟା ବାରି ତା ବାରିରୁ ଫୁଲ ନେଇ
ନିଜ ଆରାଧ୍ୟଙ୍କ ସେବାରେ
ଲାଗି ଯାଆନ୍ତି ।।
ଚାଷୀ ଭାଇଟି ଆମ୍ବୁଲ ସହିତ
ପଖାଳ କଂସାଏ ଠୁକି ଦେଇ
ବାହାରି ଯାଏ ଚାଷ କାମରେ ।।
ମା ମୋର ଢ଼ିଙ୍କି କୁଟୁଥାଏ
ଢକଲ ଢକଲ ଢାଇଁ ।।
