STORYMIRROR

Anjana Naik,Anju..Deogarh

Classics

3  

Anjana Naik,Anju..Deogarh

Classics

ସକାଳ

ସକାଳ

1 min
173

ସକାଳର କଅଁଳ ଖରାରେ

ବଣିର କିଚିର ମିଚିର

ଚାରା ଖୁଣ୍ଟି ଖାଇବା ବେଳେ

ଅଳସ ଦେହଟା ମୋଡ଼ି ମାଡ଼ି

ପୁଣି ଆଉ ଝାଙ୍କେ ନିଦ ମାରିବାକୁ

ଯେଵେ ଇଚ୍ଛା ହୁଏ

ସେ ନୂଆଁ ଵୋହୁଟି

ଗୋଵର ଗୋଳେଇ ଛେରା ପାଣି

ଟପର ଟାପର ଝିଣ୍ଟୁଥାଏ

ଗୋଟା ଖଳା ଦୁଆରରେ ।।


ସକାଳୁ ସକାଳୁ ଫୁଲ ଚୋର ମାନେ

ୟା ବାରି ତା ବାରିରୁ ଫୁଲ ନେଇ

ନିଜ ଆରାଧ୍ୟଙ୍କ ସେବାରେ

ଲାଗି ଯାଆନ୍ତି  ।।


ଚାଷୀ ଭାଇଟି ଆମ୍ବୁଲ ସହିତ

ପଖାଳ‌ କଂସାଏ ଠୁକି ଦେଇ

ବାହାରି ଯାଏ ଚାଷ କାମରେ ।।

 ମା ମୋର ଢ଼ିଙ୍କି କୁଟୁଥାଏ

ଢକଲ ଢକଲ ଢାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics