Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଶୀତ ସକାଳ ର ପକ୍ଷୀ ଟିଏ ମୁଁ

ଶୀତ ସକାଳ ର ପକ୍ଷୀ ଟିଏ ମୁଁ

1 min
177



ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ

ଆସିଛି ଆନନ୍ଦେ ବୁଲି

ଚାରୁ ରୂପ କଳ୍ପ ଚିଲିକା ରାଣୀର

ପାରିବିନି କେବେ ଭୁଲି

ତାର ପ୍ରେମ ମାୟା କରିଛି ପାଗଳ

ବରଷକେ ଆସେ ଚାଲି

ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ 

ଆସିଛି ଆନନ୍ଦେ ବୁଲି ।


ସତେ ନୀଳ ପରି ସୁବର୍ଣ୍ଣ ଲହରୀ

ନଳ ବନ ମନୋହର

ଋତୁ ଫୁଲ ଗନ୍ଧେ ମନ ମୋ ଉଚ୍ଚାଟେ

ତା ପରସ ଛୁଆଁ ମୋର

ପାଇଛି ମୁଁ ଭଲ ସାରାଗେ ତାହାର

ତରଙ୍ଗରେ ଖେଳି ହଲି

ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ

ଆସିଛି ଆନନ୍ଦେ ବୁଲି ।


କେତେ ସାଙ୍ଗ ସାଥି ଭେଟ ହୁଏ ଏଠି

କେତେ ଭାବ ନାବ ହୁଏ

ସେନେହଁ ର ଏହି ପ୍ରିତି ମଧୁଶାଳା

ପିରତି ର ଗୀତ ଗାଏ

ତୋପ୍ରେମେ ପାଗଳ ପକ୍ଷୀପ୍ରାଣମୋର

ଅନ୍ତରେ ହୁଏ ବିହ୍ଵଳି 

ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ

ଆସିଛି ଆନନ୍ଦେ ବୁଲି ।


Rate this content
Log in

Similar oriya poem from Abstract