Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract Classics Others

3  

Snigdha Panda

Abstract Classics Others

ଜଗନ୍ନାଥ ଜଣାଣ-୫

ଜଗନ୍ନାଥ ଜଣାଣ-୫

1 min
157


ଆଉ ମୁଁ ନପାରେ କରି ଜଣା 

ଇଛା ହେଉଛି ତ ଇଛାମୟ ପ୍ରଭୁ ଢାଳି ଦିଅ କିଛି କୃପା କଣା ॥


ତୁମେ ମୋ ଭିତରେ ଲୁଚି ଅଛ ଯଦି କାହିଁକି ମନ୍ଦିର ଦୁଆରେ ଯିବି

ତୁମେ ଚଲାଉଛ ଯଦି ମତେ ବାଟ ଅବାଟେ ଯାଉଛି ହେବିନି ଭାବି

ମୋ ଚେତନା ଭରି ରହିଛ ସର୍ବଦା ଏଣେ ମୁଁ ଭ୍ରମୁଛି ହୋଇ ବଣା ॥


ତୁମେ ମୋ ସାଥୀରେ ଆଲୋକ ଅନ୍ଧାରେ ବାଜି ରଖି ମତେ ଖେଳିଛ ଯଦି

ତୁମ ନାଁଆରେ ମୁଁ ଅରପିଲି ସବୁ ଅପରାଧୀ ଗଣେ ଗଣା କି ହେବି 

ତଉଲି ଦେଖିବ ଶେଷେ ବିଚାରିବ କାହିଁରେ କରିବ ମତେ ଊଣା ॥



Rate this content
Log in

Similar oriya poem from Abstract