STORYMIRROR

Lata Behera

Abstract

4  

Lata Behera

Abstract

ପରିବେଶ

ପରିବେଶ

1 min
408


ଆମ ଚତୁଃପାର୍ଶ୍ବ ଯାହା ଘେରି ଅଛି

   ତାହା ଆମ ପରିବେଶ

ସ୍ବଚ୍ଛ ଓ ନିର୍ମଳ ସର୍ବଦା ରଖିବା

   ମୁଖେ ଫୁଟାଇବା ହସ ।


ଅନାବନା ଗଛ ଲଟା ବୁଦା କାଟି

    ଗଛ ଲଗାଇବା ଆମେ 

ଗଛଟି ଆମର ଅଟଇ ଜୀବନ 

   ଲାଗିଥିବା ତାର କାମେ ।


ସୁରକ୍ଷା ବି ଦେବା ଯତ୍ନ ତାର ନେବା

    ଜଗୁଥିବା ଜଣେ ଜଣେ 

ପ୍ରକୃତି ସୌନ୍ଦର୍ଯ୍ଯ ଏଇତ ଜଗତ

   ହସଥିବ ପ୍ରତିକ୍ଷଣେ ।


ନାଳ ନର୍ଦ୍ଦମାକୁ ପୋତି ଆମେ ଦେବା

    ଜନ୍ମ ହେବେ ନାହିଁ ମଶା 

ମୂଷା ମାଛି ଠାରୁ ଦୂରେ ନ ରହିଲେ

   ଭୋଗିବା ନିଶ୍ଚେ ଦୁର୍ଦ୍ଦଶା ।


ଆମ ପରିବେଶ ଆମରି ପୃଥିବୀ 

   ଆମେ ତ ଭାରତବାସୀ 

ସ୍ବଚ୍ଛ ପରିବେଶେ ସର୍ବଦା ରହିବା

    ବଞ୍ଚୁଥିବା ହସି ହସି ।


ତା ପାଣି ପବନେ ଏଇତ ଶରୀର 

   ହେଇଛି ଆମର ଗଢା 

ତାର ଫୁଲ ଫଳ ନିର୍ଝରିଣୀ ଜଳ 

    ଖାଇ କଥା କହୁ ଚଢା ।


ହେଲେ ନିଜ ସ୍ୱାର୍ଥ ପାଇଁ ଆଜି ଆମେ

   ଦୂଷିତ କରୁ ତା ଗାତ୍ର

ନଦୀ, ପୁଷ୍କରଣୀ ନିର୍ମଳ ନ ରଖି

   କରୁଅଛୁ ଅପବିତ୍ର ।


ନାଳ ନର୍ଦ୍ଦମାର ଦୂଷିତ ଜଳକୁ 

   ତା ଦେହରେ ଛାଡୁ ଅଛୁ 

କଳକାରଖାନା ଆବର୍ଜନା ପାଣି

   ଛାଡି ବିପଦ ଡାକୁଛି ।


ସେଇ ଜଳ ସବୁ ଜୀବ ଜନ୍ତୁ ପିଇ

    ହେଉଛନ୍ତି ରୋଗାକ୍ରାନ୍ତ

ବିଭିନ୍ନ ରୋଗରେ ଏଇତ ମାନବ 

   ହେଉଛି ପୁଣି ଆକ୍ରାନ୍ତ ।


ଜଳ, ସ୍ଥଳ, ବାୟୁ, ଆକାଶ, ପୃଥିବୀ 

   ପ୍ରତି ଦେଉନାହିଁ ଧ୍ୟାନ 

ସୁସ୍ଥ ପରିବେଶ ରହିଲେ ଆମର 

   ହସିବ ସିନା ଜୀବନ ।


ଏଣେ ତେଣେ ମଳ ତ୍ୟାଗ କରନ୍ତୁନି

    ପାଇଖାନା ବ୍ୟବହାର 

କହିବନି ଆଉ ପାଇଖାନା ଆମକୁ 

   ଦେବେ ଆମ ସରକାର ।


ବରଷା ଯୁଆଡେ ଛତା ବି ସିଆଡେ

   ଭରସା ନାହିଁ କାହାକୁ

ନିଜ ପରିବେଶ ସୁରକ୍ଷା ରଖିଣ

   ସୁରକ୍ଷା ରଖ ନିଜକୁ ।


ସର୍କାରଙ୍କର ସୁବିଧା ସୁଯୋଗ

   ସମସ୍ତଙ୍କ ପାଇଁ ନୁହେଁ 

ନିରୀହ ଜନତା ଲୁହରେ ଭିଜୁଛି

   ସବୁ ଗାଆଁ କଥା କହେ ।


କାହାକୁ ନିର୍ଭର ନ କରିଣ ନିଜେ

   ଭଲ ରଖ ପରିବେଶ

ଭଲ ପରିବେଶ ସୁଖ ଶାନ୍ତି ଦିଏ

   ଦିଅଇ ଆତ୍ମ ସନ୍ତୋଷ ।


Rate this content
Log in

Similar oriya poem from Abstract