ଚାରୋଟି କବିତା
ଚାରୋଟି କବିତା
ବଡ଼ଦିନ ସକାଳ
ସକାଳର ସୂର୍ଯ୍ଯ ରକ୍ତିମ ଆଭାକୁ
ପୁଅ ମୋ ଦେଖିଲା ଯେବେ
ଦୁଇହାତ ଯୋଡି଼ ପ୍ରଣାମ କରିକି
ଶପଥ କରିଲା ଭବେ
ସ୍ବାଗତଂ କରୁଛି ଏବେ
ଜୀବନର ପଥ କୁସୁମିତ କରି
ସୁପଥରେ ବାହି ନେବେ।
ବଡ଼ଦିନ ମଧ୍ଯାହ୍ନ
ବଡ଼ଦିନ ଆସି ମଧ୍ଯାହ୍ନ ହୋଇଲା
ଭୋଜି ମହୋତ୍ସବେ ମାତି
ପଲାଉ ପନୀର ଘାଣ୍ଟ ତରକାରି
ଖାଇଲା ଫୁଲାଇ ଛାତି
ଭୁଲି ଭେଦଭାବ ଜାତି
ସାଙ୍ଗସାଥୀ ମେଳେ ଖୁସିଟେ ମନାଇ
ହୃଦୟେ ଭରିଲା ପ୍ରୀତି।
ବଡ଼ଦିନ ସନ୍ଧ୍ଯା
ପକ୍ଷୀ ଉଡି଼ଗଲେ ନିଜର ବସାକୁ
ଗାଈ ହମାରଡି଼ କରି
ଗାଆଁ ଦାଣ୍ଡଧୂଳି ମଥାରେ ଲାଗିଲା
ଚନ୍ଦନ ଯେମିତି ଘୂରି
ଏକାଳେ ଭୋଜିରୁ ଫେରି
ବାପା ଓ ମାଆଙ୍କୁ ପ୍ରଣାମ କରିକି
ପଢି଼ଲା ବହିକୁ ଧରି।
ବଡ଼ଦିନ ରାତି
ବଡ଼ଦିନ ରାତି ସରୁ ନାହିଁ ବୋଲି
ପୁଅ ମୋ କହୁଛି ଆଜି
ସାରା ରାତିଟାକ ଗଡେ଼ଇ ହେଉଛି
ବିଛଣାରେ ହୋଇ ଭାଜି
କରିଥିଲା ବୋଲି ଭୋଜି
ଅନ୍ତର୍ମନଟା ତା ଚଳଚ୍ଚିତ୍ର ପରି
ଦେଖୁଲା ସପନ ଖୋଜି।
