STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ନୀରବତା

ନୀରବତା

1 min
237


ଦେଖ ! ଚାରିଆଡେ଼ ନୀରବତା।


ଆଉ ଶୁଭୁନାହିଁ 

ଚାଳ ଉପରେ କାଉର କାଆ..

ଗଞ୍ଜାର କକର କଅ

କୋଇଲିର କୁହୁକୁହୁ 

ନା ହଳଦୀ ବସନ୍ତର କୁରୁଳୁ କୁରୁଳୁ ?


କୃଷକର ହଳିଆ ଗୀତ

ତଳିରୁଆ ନାରୀର ସଙ୍ଗୀତ ମୂର୍ଚ୍ଛନା

କ୍ଷେତରୁ ଧାନଭାର ବୋହୁଥିବା ମଣିଷ

ନା ପାହାନ୍ତି ପ୍ରହରରେ ବେଙ୍ଗଳା ?


ରଜପର୍ବରେ ଦୋଳିର ସଙ୍ଗୀତ

ବିବାହ ବେଦୀରେ କନ୍ଯା

ନା ଝିଅର ବିଦାୟ କାଳୀନ ବାପା ?


ଗାଈ ହମାରଡି଼ କରୁନି

କୁକୁର ଭୁକୁଛି ନା 

ଜଙ୍ଗଲରେ ବାଘ,ଭାଲୁ ଆଉ ଶିଆଳର ଗର୍ଜନ ?


ସବୁଆଡେ଼ ଖାଲି ନୀରବତା

ସଙ୍ଗୀତ ରସରେ ଭିଜିବା କେହି ବି ଚାହୁଁନି

କି ଭଲ ପାଉନି ବୋଧହୁଏ 

ଏ ସଂସାର,ନୁହେଁ ?

        


Rate this content
Log in

Similar oriya poem from Abstract