STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭାବରେ ଖୋଜୁଛି ଭାବମଣିକୁ

ଭାବରେ ଖୋଜୁଛି ଭାବମଣିକୁ

1 min
331

ନିଃସ୍ବାର୍ଥର ଭାବ ରଖିଣ ଭାବରେ

ଖୋଜୁଛି ଭାବମଣିକୁ,

ଭାବରେ ମିଳିବେ ଚକାନୟନହେ

ଖୋଜୁଛି ଭକ୍ତ ତାହାକୁ।


ପ୍ରେମଶ୍ରଦ୍ଧା ଦେଇ ଭକ୍ତ ଖୋଜୁ ଅଛି

ରଖିଛି ନିସ୍ବାର୍ଥ ଭାବ,

ଗୋବିନ୍ଦ ଗୋବିନ୍ଦ ଜପମାଳି ତାର

ଅର୍ପଣ କରିଛି ଭାବ।


ହୃଦେ ଗୁଞ୍ଜୁ ଅଛି ଜଗା ଜଗା ରାବ୍

ଭାବର  ଭାବମଣିକୁ,

ଅନାଦି ଅନନ୍ତ ପରା ନିରାକାର 

ଶ୍ରୀକ୍ଷେତ୍ରେ ଦାରୁବ୍ରହ୍ମକୁ।


ଭକ୍ତ କରିଅଛି ଆରାଧ୍ୟ ଜୀବନେ

ଚିରନ୍ତନ ଚିନ୍ତୁ ଅଛି,

ନାହିଁ ଜୀବନରେ କାମନା ତାହାର

ଜପମାଳି କରିଅଛି।


ଭାବର ବନ୍ଧୁସେ ପ୍ରଭୁ ଜଗନ୍ନାଥ

ପୁରୀ କ୍ଷେତ୍ରରେ ମନ୍ଦିର,

ସମୁଦ୍ର କୁଳରେ ବିରାଜମାନସେ

କରନ୍ତି ନୀଳା ସୁନ୍ଦର।


ଷାଠିଏ ପଉଟି ନୈବେଦ୍ୟ ତାଙ୍କର

ଭାଇ ଓ ଭଉଣୀ ତିନି,

ଭୋଗ ଲାଗୁ ଅଛି ପ୍ରତି ଦିନ ତହିଁ

ଭାବର ବନ୍ଧନ ଘେନି।


ଭକ୍ତ ମାଳମାଳ ଜଗାଜଗା ରାବ୍

ଶୁଭୁଛି ପ୍ରେମର ସ୍ବର,

ପାଗଳଟି ଭକ୍ତ ଦେଖିବା ପାଇଁକି

ବହୁଛି ଭକ୍ତି ସାଗର।


ରାବ୍ ସାଗରର ନ ଶୁଭେ ମନ୍ଦିରେ

କିପରି ନୀଳା ପ୍ରଭୁଙ୍କ,

ପକ୍ଷୀ ନବସନ୍ତି ଶ୍ରୀମନ୍ଦିରେ ଭାଇ

ଅପୂର୍ବ ନୀଳା ଜଗାଙ୍କ।


ଭକ୍ତ ରଖି ଥାଏ ଭାବ ଶ୍ରୀଚରଣେ

ଭାବର ବନ୍ଧୁ କାଳିଆ,

ଚକାନୟନରେ ଦେଖୁଥାନ୍ତି ସବୁ

ଭକ୍ତଙ୍କ ପରା କାଳିଆ।


ମନୁଷ୍ୟ ଜୀବନ କରହେ ସାର୍ଥକ

ଭାବ ଚରଣରେ ରହୁ,

ଗୁଞ୍ଜୁ ହୃଦୟରେ ଜଗାଜଗା ନାମ

ଜୀବନ ପବିତ୍ର ରହୁ।


Rate this content
Log in

Similar oriya poem from Abstract