ଚାରୋଟି କବିତା
ଚାରୋଟି କବିତା
ଶେଷ ଠିକଣା
ଶେଷ ଠିକଣାଟା ଖୋଜିବାକୁ ଯାଇ
ହେଲି ଲଣ୍ଡଭଣ୍ଡ ଦିନେ
ଜନମ ହୋଇକି ବାପା ମାଆ ପାଖେ
ଏଇଟା ନିଶ୍ଚୟ ଜାଣେ
ବାହା ହେଲା ପରେ ଧ୍ଯାନେ
ପତ୍ନୀ ପୁତ୍ର ବୋଲି ଠିକଣା ଭାବିଲି
ଶେଷରେ ଗଲି ଶ୍ମଶାନେ।
ଶୀତ ସକାଳ
ଶୀତ ସକାଳର ଖରାଟା ଯେମିତି
ଅମୃତ ସମାନ ଲାଗେ
ଗ୍ରୀଷ୍ମର କାଳରେ ଥଣ୍ଡା ପାଣି ଯେହ୍ନେ
ଅନନ୍ତ କାମନା ଜାଗେ
କିଏ ନେବ କେତେ ଆଗେ
ଦୌଡି଼କି ଆସ ହେ ଶୀତ ପସରାରୁ
ନେଇଯାଅ ଯେତେ ଭାଗେ।
ଦୁଇପକ୍ଷୀ
କୋଇଲି ତାହାର ନିଜର ଭାଷାକୁ
ସମାଜେ ପ୍ରସାର କରେ
କାଉ ପର ଭାଷା ନିତି କହିବାରୁ
ରହିଥାଏ ବନ୍ଦୀ ଘରେ
କୋଇଲି ସ୍ବାଧୀନ ପୁରେ
ଏହି ଦୁଇ ପକ୍ଷୀଠାରୁ ଆମେ ଆଜି
ଶିଖିବା ଆସନ୍ତୁ ବାରେ।
ସମ୍ପର୍କ
ସମ୍ପର୍କର ଖେଳ ଈଶ୍ବର ଇଛାରେ
ଜଗତେ ପଡୁଛି ହୁରି
ଇଏ ମୋର ବାପା ମାଆ ପୁଅ ପତ୍ନୀ
ସଂସାର ଜାଲରେ ଘୂରି
କେହି କି ହୁଏ କାହାରି
ଯେଉଁଦିନ ଲୋକ ମୃତ୍ଯୁକୁ ସ୍ବାଗତଂ
ମିଛେ ଲୁହପଡେ଼ ଝରି।
