ଭାବରେ ଖୋଜୁଛି ଭାବମଣିକୁ
ଭାବରେ ଖୋଜୁଛି ଭାବମଣିକୁ
ସେ କଳାକାହ୍ନୁକୁ
ସେ ବେଣୁପାଣିକୁ
ଭାବରେ ଖୋଜୁଛି ମୁଁ
ସେ ଭାବ ମଣିକୁ ।
ତା'ର ସେ ରଙ୍ଗାଅଧର
ତା'ର ମୟୂର ଚୂଳ
ଅହରହ କିଆଁ ମୋତେ
କରେ ପାଗଳ
ତା'ର ସେ ବାଙ୍କ ଚାହାଣୀ
ସାଜିଛି କି ତାକୁ
ଓଡିଆ ଜାତିର ମଉଡ ମଣି
ତା'ର ଭକ୍ତ ସାଜି
ତା ଭକତିରେ ହଜି
ଖୋଜି ହୁଏ ପରା ସେହି
ଭାବ ବିନୋଦିଆ କଳାକାହ୍ନୁକୁ
ସେ ବେଣୁପାଣିକୁ
ଭାବରେ ଖୋଜୁଛି ମୁଁ
ଭାବର ଠାକୁର ଭାବମଣି କୁ ।
ପାପ ତାପ ହାରି
ଶୁଣେ ସେ ଦୀନହୀନ ଙ୍କ ଗୁହାରି
ତା ଚକା ନୟନ ଭାବେ ପରିପୂର୍ଣ୍ଣ
ରହିଛି ସେ ନୟନେ କିବା ଆକର୍ଷଣ
ଦୀନଙ୍କର ମଣି ସେ ଯେ ଦୀନମଣି
ଖୋଜନ୍ତି ପତିତ ଖୋଜନ୍ତି ଦଳିତ
ନୀଳକନ୍ଦରିଆ ସେ ନୀଳମଣି କୁ
ପାପୀ ବି ଖୋଜଇ ତପୀ ବି ଖୋଜଇ
ସେ ପାଇଁ ମୁଁ ଖୋଜେ ବେଣୁପାଣିକୁ
ନୀଳମଣି କୁ
ଭାବରେ ଖୋଜୁଛି ମୁଁ
ଭକ୍ତିରେ ଖୋଜୁଛି
ଭାବର ଠାକୁର ଭାବମଣି କୁ ।
ଧନୀ ମାନୀ ଜ୍ଞାନୀ
ସବୁ ତୋ ପାଖେ ଅଜ୍ଞାନୀ
ତୁ ଯେ ଜ୍ଞାନର ଭଣ୍ଡାର
ତୋର କରୁଣା ଅପାର
ସଂସାର ଭିତରେ
ଅଟୁ ତୁ ଦିବ୍ୟଜ୍ଞାନୀ
କଳାର ଠାକୁର ହେ କାଳିଆ ସାଆନ୍ତ
ତୁ ଯେ କଳାକାର ଜଗତ ଯାକର
ସଂସାର ସର୍ଜନା
ତୁ ଯେ କରିଅଛୁ ପୁଣି
ସବୁ ସର୍ଜନା ର ଅଟୁ ରେ ବିନ୍ଧାଣୀ
ସେ ପାଇଁ ମୁଁ
ଖୋଜେ ମୋ ବେଣୁପାଣି କୁ
କଳାକାହ୍ନୁ କୁ ନୀଳମଣି କୁ
ଅହରହ ଭାବରେ
ଖୋଜୁଛି ହୃଦ କନ୍ଦରରୁ
ମୁଁ ମୋ ଭାବମଣି କୁ ।
