STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭାଷାର ମିଳନ

ଭାଷାର ମିଳନ

1 min
354


ଭାଷାର ମିଳନେ ରାଷ୍ଟ୍ରର ନିର୍ମାଣ

ଏହୁତ ଭାରତ ବର୍ଷ,

ଜାତି ସମୁଦାୟ ରାଷ୍ଟ୍ରରେଅନେକ

ଗୁଞ୍ଜୁଛି ଏକ ସନ୍ଦେଶ।


ମାତୃଭାଷା ଭିନ୍ନ ସଂସ୍କୃତି ସମାନ

ରାଷ୍ଟ୍ର ମୁଳ ମନ୍ତ୍ର ଏକ,

ଏକ ରାଷ୍ଟ୍ର ଭାଷା ସମ୍ବିଧାନ ଏକ

ରାଷ୍ଟ୍ର ପ୍ରେମ ପ୍ରୀତି ଏକ।


ହିନ୍ଦୀ ରାଷ୍ଟ୍ରଭାଷା ଜଡ଼ିତ କରିଛ

ମାତୃଭାଷା ସର୍ବୋପରି,

ପରାତ୍ରିକୋଣୀୟ ପତାକାଆମର

ହେବ କିଏ ତାର ପରି।


କରଶକ୍ତିଶାଳୀ ମାତୃଭାଷା ଭାଇ

ଜ୍ଞାନର ହେଉ ସଞ୍ଚାର,

ରାଷ୍ଟ୍ରସବୁକ୍ଷେତ୍ରେ ଉନ୍ନତି କରୁହେ

ଉନ୍ନତି ହେବ ଆମର।


ମାତୃଭାଷାଜ୍ଞାନ କରିବ ସାହାଯ୍ୟ

ଆତ୍ମନିର୍ଭରର ପାଇଁ,

ବିଶ୍ୱାସ ଆଣିବ କରିବ ଜାଗ୍ରତ  

ଆତ୍ମବିଶ୍ୱାସର ପାଇଁ।


ଶିକ୍ଷା ପ୍ରାରମ୍ଭିକ ଜରୁରୀ ଭାଇରେ

ନିଜ ମାତୃଭାଷା ପରା,

ଚିନ୍ତନ ଟି ଯହିଁ ଜନନୀର ଭାଷା

ଜୀବନ ଯାତ୍ରାରେ ପରା।


ଆଦର କରିବା ଜନନୀର ଭାଷା

ପଢିବା ଜନନୀ ଭାଷା

ଶିକ୍ଷାପ୍ରାରମ୍ଭିକ ଜରୁରୀ ଭାଇରେ

ଜନନୀର ମାତୃଭାଷା।


ନୂଆଶିକ୍ଷା ନୀତି ଆଣିଛି ଗୌରବ

ମାତୃଭାଷା ଶିକ୍ଷା ପାଇଁ,

କର୍ତ୍ତବ୍ୟଆମର ମାତୃଭାଷା ଶିକ୍ଷା

ସନ୍ତାନେ ଦେବାର ପାଇଁ।




Rate this content
Log in

Similar oriya poem from Abstract