STORYMIRROR

Kartik chandra panda

Classics

3  

Kartik chandra panda

Classics

ମୋ ଗାଆଁ ହସୁଛି

ମୋ ଗାଆଁ ହସୁଛି

1 min
152


ମୋ ଗାଆଁ ଆଜି ହସୁଛି

ଗୋଡ଼ରେ କାଦୁଅ ଲାଗୁନାହିଁ ଆଉ

ଗାଆଁ ଦାଣ୍ଡ ପକ୍କା ହୋଇଛି

ସାଇକେଲ ଟିଏ ନଥିଲା ଗାଆଁ ରେ

ଏବେ ଘରେ ଘରେ ବାଇକ ରହିଛି

ମୋ ଗାଆଁ ଆଜି ହସୁଛି

ଚାଳ ଛପର ର ଘରଟିଏ ଏବେ

ଦେଖିବା ସପନ ହୋଇଛି

ପକ୍କାଘର କରି ଗାଆଁ ଲୋକ ମାନେ

ଖୁସିରେ ଖୁସିରେ ରହୁଛି

ମୋ ଗାଆଁ ଆଜି ହସୁଛି

ଆଗ ପରି ଆଉ ପର ଦୁଆରକୁ

ମାଗିବା କୁ ଯାଉନାହିଁ

ହାତ ପାଆନ୍ତାରେ ସବୁ ମିଳି ଯାଏ

ଯିବାକୁ କୁଆଡେ ହଉନାହିଁ

ଉପାସ ଭୋକରେ ମରୁନାହିଁ କେହି

ମାଗଣା ଚାଉଳ ପାଉଛି

ମୋ ଗାଆଁ ଆଜି ହସୁଛି

ମୋ ଗାଆଁ ରେ ସ୍କୁଲ ହୋଇଛି

ପାଠ ପଢିବାକୁ ଦୂର ଗାଆଁ ଯିବା

ଆବଶ୍ୟକ ଆଉ ହଉ ନାହିଁ 

ଛୋଟ ଠାରୁ ବଡ଼ ସବୁ ପିଲା ଏବେ

ପଢୁଛନ୍ତି ଗାଆଁ ସ୍କୁଲ ରେ ଯାଇ

ଶିକ୍ଷିତ କେହି ହୁଅନ୍ତୁ କି ନାହିଁ 

ସାକ୍ଷରତା ହାର ବଢିଛି

ମୋ ଗାଆଁ ଆଜି ହସୁଛି

କାମ କରିବାକୁ ଚାହୁଁ ନାହିଁ କେହି

ଅଳସୁଆ ସବୁ ହୋଇଲେ

ଚାଷ ବାସ ଛାଡି ରୋଜଗାର ପାଇଁ

ସମସ୍ତେ ବିଦେଶ ଧାଇଁଲେ

ମୋ ଗାଆଁ ରୁ ଏବେ ଯାହାକୁ ପଚାର

ତା ପୁଅ ବିଦେଶ ଯାଇଛି

ବାହାରେ ଦାଦନ ଖଟୁଛି

ମୋ ଗାଆଁ ଆଜି ହସୁଛି

ଚାଷ କରିବାକୁ ଆଦର ନାହିଁ

କାହାରି ବାଡ଼ିରେ ଗଛଟେ ନାହିଁ

ପରିବା ଟେ ପାଇଁ ବଜାର ଯାଉଛି

ବାଡ଼ିରେ ଢମଣା ଡେଉଁଛି

ମୋ ଗାଆଁ ଆଜି ହସୁଛି

ମୋ ଗାଆଁ ରେ ବଜାର ହୋଇଛି

ଚା ପାନ ଠାରୁ ରମ ବ୍ରାଣ୍ଡି ଯାଏ

ସବୁ କିଛି ମିଳି ଯାଉଛି

ସକାଳ ରୁ ରାତି ରାତିରୁ ସକାଳ 

ସବୁବେଳେ ଭିଡ଼ ଜମୁଛି

ସକାଳ ଠୁଁ ରାତି ଅଧା ହେବାଯାଏ

ଅସାମାଜିକତା ବଢ଼ି ବଢ଼ି ଯାଏ 

ମଦୁଆ ଙ୍କ ଆଡ୍ଡା ଜମୁଛି

ତଥାପି ମୋ ଗାଆଁ ହସୁଛି

ଲୁଙ୍ଗି ଧୋତି ଗାମୁଛା ଲୋଡ଼ା ନାହିଁ ଆଉ

ଟ୍ରାକ୍ସ ସୁଟ ସର୍ଟ ପେଣ୍ଟ ର ବଢ଼ି ଅଛି ଭାଉ

ବଜାର ବୁଲିବା ଅଭ୍ୟାସ ରେ ପଡ଼ି

କାମ ଦାମ ସବୁ ଭୁଲିଛି

ତଥାପି ମୋ ଗାଆଁ ହସୁଛି

ମାଗଣା ରାସନ, ମାଗଣା ରେ ଘର

କାଳିଆ ଯୋଜନା ସରକାର ଙ୍କର

ଲୋକଙ୍କୁ କୁଢିଆ କରୁଛି

ଲୋକଙ୍କ ମୁହଁରୁ ଶୁଣୁଛି

ବିଲ ସବୁ ପଡିଆ ପଡିଛି

ତଥାପି ମୋ ଗାଆଁ ହସୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics