Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.0  

Prahallad Sahoo

Abstract Classics Inspirational

ମାଆ ଲୋ ମାଆ

ମାଆ ଲୋ ମାଆ

1 min
175



ମାଆ ଲୋ

ତୋ ବିନା ସାହା ଆଉ କିଏ ଲୋ

ତୁହି ଏକା ମୋର ଆହା ରାହା

ଜନମ ଦେଇଛୁ ମରଣ ତ ଦେଇନାହୁଁ,

ମରିବା ଆଗରୁ -

ତୋ ପାଦେ ଶରଣ ଦେଇ ଯାଆ

ମାଆ ଲୋ ମାଆ

ତୁହି ଏକା ମୋର ଆହା ରାହା ।


ଏ ସଂସାରରେ ପ୍ରଥମ ସୃଷ୍ଟି ତୁହି ଲୋ ମାଆ,

ଜୀବନର ଉତ୍ପତ୍ତି ସ୍ଥଳ ତୋରି ଗର୍ଭ ଲୋ ମାଆ,

ଜୀବନର ପ୍ରଥମ ସ୍ପର୍ଶ ତୋରି କୋଳ ଲୋ ମାଆ ।

ତୁ ଥିଲେ ମୁଁ ଅଛି

ତୋ ବିନା ମୋର ନାହିଁ କିଛି।

ତୁ ନହେଲେ ଆଉ କିଏ ହେବ ସାହା ?

ମାଆ ଲୋ ମାଆ


ତୁହି ଏକା ମୋର ଆହା ରାହା ।


ମୋ ଜୀବନର ପ୍ରଥମ ଗୁରୁ ତୁହି ଲୋ ମାଆ,

ଜୀବନର ପ୍ରଥମ ତୃଷ୍ଣା ମେଣ୍ଟିଛି ତୋରି ଛାତିରୁ ଲୋ ମାଆ,

ଜୀବନରେ ପ୍ରଥମ ଆଃ ପଦ ଶୁଣିଛି ତୋରି ମୁହଁରୁ ଲୋ ମାଆ ।

ତୁ ହେଲେ ଗୁରୁ, ମୁଁ ତୋ ଶିଷ୍ଯ

ତୁ ହେଲେ ଜଳ, ମୁଁ ତ ଶୋଷ।

ତୁ ନକହିଲେ ଆଉ କିଏ କହିବ ଆହା ?

ମାଆ ଲୋ ମାଆ


ତୁହି ଏକା ମୋର ଆହା ରାହା ।





Rate this content
Log in

Similar oriya poem from Abstract