Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Classics Others

3  

Santosh Kumar Ojha

Classics Others

ଆସିଥିଲା କାଲି ସେ ରାତିକ ପାଇଁ

ଆସିଥିଲା କାଲି ସେ ରାତିକ ପାଇଁ

1 min
166



କି କହିବି କି ହେଲା ଲୋ କାଲି ରାତିରେ

ଭିଜୁ ଥିଲି ପ୍ରୀତି ମେଘେ କାହ୍ନୁ ସାଥିରେ

      ଅଧରେ ଅଧର ମଧୁର ଆଳାପ

      ବାହୁ ଝୁଲଣାରେ ଝୁଲିଲି ଅଳପ

ଗଳପ ସରି ନଥିଲା ଗଲା ପଳେଇ

      ଆସି ଥିଲା କାଲି ସେ ରାତିକ ପାଇଁ ।

ପାହାନ୍ତି ନିଦରୁ ଉଠି ହେଉଛି ବାଉଳି

କେଣେ ଗଲା ଏକା ଛାଡ଼ି ଦୁଷ୍ଟ ବନମାଳୀ

      ଉଲୁରା କେଶକୁ ଅସଜଡ଼ା ବେଶ

     କହୁଣୀ ରେ ଚାପି ଧରେ ପିନ୍ଧା ବାସ

ଲାଜରେ ଲାଜରେ କା'ରେ ପାରୁନି ଚାହିଁ

    ଆସି ଥିଲା କାଲି ସେ ରାତିକ ପାଇଁ ।

ଯମୁନା ଯିବାକୁ ମନା କରୁଛି ନଣନ୍ଦ 

ଶାଶୁ ଚାହେଁ ଆଖି ମେଲି ଭାବୁଛି କି ମନ୍ଦ

     ଚନ୍ଦ୍ରସେଣା ରାଗ କରେ ଆନମନା

     ନମାନନ୍ତି ସଖି କରିଲେ ବାହାନା

କେମିତି କହିବି ମିଛ ସତ ଲୁଚେଇ

    ଆସି ଥିଲା କାଲି ସେ ରାତିକ ପାଇଁ ।

ବ୍ରଜବାଳା ଡାକୁଛନ୍ତି କଳସୀ କାଖେଇ

ଜଳ ଆଣି ଯିବେ ବେଳ ଉଚ୍ଛୁର ହୁଅଇ

     ସକାଳ ସୂରୂଜ ଦିଏ ବେଶି ଲାଜ

     ଗଞ୍ଜଣା ବାଜଣା ଛୁଉଁଛି ମଗଜ

ଦାଣ୍ଡେ ରାଣ୍ଡେ ଚାହୁଁ ଛନ୍ତି ଜଳକା ହେଇ

    ଆସି ଥିଲା କାଲି ସେ ରାତିକ ପାଇଁ ।

ଅଣାୟତ ଚିତ୍ତ ଖୋଜେ ମୁରଲୀ ମୂର୍ଚ୍ଛନା 

ଛାତିଏ ପ୍ରୀତିରେ ଛାତି ସହୁଛି ବେଦନା

    ଯମୁନା ନଗଲେ ଯିବି ଯମ ପୁର

    ଶ୍ୟାମ ପ୍ରେମ ମୋତେ କରୁଛି ଅଧିର

ବହଳେ ନିଦରେ ଆଖି ମୁଦୁ ତ ନାହିଁ

    ଆସି ଥିଲା କାଲି ସେ ରାତିକ ପାଇଁ ।

          


Rate this content
Log in

Similar oriya poem from Classics