ନିଆଁ ପୁଆଁ ଶୀତୁଆ ସକାଳେ
ନିଆଁ ପୁଆଁ ଶୀତୁଆ ସକାଳେ
ଶୀତ ସକାଳୁଆ କୁହୁଡ଼ି ଘେରରେ
ଲୁଚେ ସୂର୍ଯ୍ୟଙ୍କ କିରଣ
ଯଦିଓ କିରଣ ହୁଏ ପ୍ରକାଶିତ
ଉତ୍ତାପ ହୁଏନି ଟାଣ।
ଶୀତ ଛୁଇଁ ଦେଲେ ସଭିଙ୍କ ମନରେ
ଉଷୁମ ପାଇଁ ଲାଳସା
ଶରୀରକୁ ଉଷ୍ମ ରଖିବା ପ୍ରୟାସ
ଜାଗ୍ରତ ହୁଏ ସହସା।
ଗରମ ପୋଷାକ ଥାଉ ବା ନଥାଉ
ସକାଳର ନିଆଁ ପୁଆଁ
ଅନୁଭବୀ ମାତ୍ର ବୁଝାଇ ପାରିବ
ନିଆଁ ପୁଆଁ ମଜାଳିଆ।
ଗ୍ରାମ ବା ସହର ଭେଦ ଭାବ ନାହିଁ
ଶୀତ ପାଖେ ଆପଣାର
ବୟସର ବର୍ଗ ଯାହା ହୋଇଥାଉ
ଉତ୍ତାପ ଖୋଜେ ଶରୀର।
ଶୀତୁଆ ସକାଳୁ ନିଆଁ ପୂଆଁ ଖୁସୀ
ନିଆଁ ପାଖେ ଉଠା ବସା
ଖୋଲା ଜାଗା ଦେଖି ନିଆଁ ଚାରି ପାଖେ
ମେଳି ହୁଅଇ ସହସା ।
ଶୀତୁଆ ସକାଳୁ ନିଆଁ ପୁଆଁ ମେଳି
ଦେଖିଲେ ମନ ଉଚ୍ଚାଟ
ଆପେ ଆପେ ପାଦ ଆଗକୁ ବଢ଼ଇ
ନିଆଁ ପୁଆଁ ମେଳେ ଭେଟ।
ନିଆଁ ପୁଆଁ ସହ ଭାବ ଦିଆ ନିଆ
ତନ ମନ ପାଇଁ ହିତ
ଭାଇଚାରା ଭାବ ଜାଗି ଉଠେ ହୃଦେ
ମାନବିକତା ସହିତ।
ଗାଆଁ ପରିବେଶ ସମ୍ପର୍କର ମେଳ
କ୍ରମେ ହେଉଅଛି ଲୋପ
ସଭ୍ୟତାର ଦ୍ରୁତ ବିକାଶ ସହିତ
ଭାବ ସଂପୂର୍ଣ୍ଣ ବିଲୋପ।
ଶୀତଦିନେ ଯେବେ ଗରିବ ବିଚରା
ନପାଏ ଉଷ୍ମ ପୋଷାକ
କାଠି କୁଟା ଜାଳି ନିଆଁ ପୁଇଁ ହୋଇ
ଶରୀର ଉଷ୍ମ କାରକ।
ଗାଆଁ ପରିବେଶ ସମ୍ପର୍କର ମେଳ
କ୍ରମେ ହେଉଅଛି ଲୋପ
ସଭ୍ୟତାର ଦ୍ରୁତ ବିକାଶ ସହିତ
ଭାବ ସଂପୂର୍ଣ୍ଣ ବିଲୋପ।
ନିଆଁ ପୁଆଁ ପରମ୍ପରା ରହିଅଛି
ଶୀତ ଦିନ ସକାଳୁଆ
ଯେତେ ବି ଆଧୁନିକ ଉପକରଣ
ସମ ନୁହେଁ ନିଆଁ ପୁଆଁ।
