Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract Classics Others

3  

Snigdha Panda

Abstract Classics Others

ଜଗନ୍ନାଥ ଜଣାଣ-୧୧

ଜଗନ୍ନାଥ ଜଣାଣ-୧୧

1 min
129


ବାରେ ଘେନ ମୋ ଗୁହାରୀ ହେ ଦୁଃଖହାରୀ 

ଦୁଆରେ ତୁମରି ଡାକୁଛି ଜୁହାରୀ ଶୁଣ ବାରେ ଶ୍ରୁତି ଡେରି ॥


ହରି ହେ ମୋହରି ବିପତ୍ତିକୁ ଡରି ହୋଇବ ଯେବେ ବିମୁଖ 

ବିନା କୃପାବାରି ଯାଉଛି ମୁଁ ସରି ମହାବାହୁ ବାରେ ରଖ 

ପାଦେ ମୁଁ ପଡିଛି ମୁଣ୍ଡ ମୁଁ କୋଡୁଛି ଶ୍ରୀନାମ ଗୁଣ ସୁମରି ॥


ତୁମେ ଅନ୍ତର୍ଯ୍ୟାମୀ ସବୁ ଥିବ ଜାଣି ତଥାପି କହୁଛି ଖୋଲି 

ସାହା କେହି ନାହିଁ ରାହା ଦିଶୁ ନାହିଁ ଭିକ୍ଷାଝୁଲି ମୋର ଖାଲି 

କର ନା ନିରାଶ ଆହେ ଜଗଦୀଶ ବସିଛି ମୁଁ ଆଶ୍ରା କରି ॥



Rate this content
Log in

Similar oriya poem from Abstract