STORYMIRROR

Anjana Naik,Anju..Deogarh

Classics Inspirational

3  

Anjana Naik,Anju..Deogarh

Classics Inspirational

ମୋ ଜୀବନ ଚିଠି

ମୋ ଜୀବନ ଚିଠି

1 min
183

ମୁଁ ଯେବେ ଲେଖୁଥିଲି

ମୋ ମନର ଚିଠି

ଲୁଚି ଗଲେ ଜହ୍ନ ତାରା

ଲୁଚି ଗଲା ରାତି ।।


ଝୁରିଝୁରି କଲମର କାଳୀ ସରିଗଲେ 

ନିଜ ଅସ୍ତିତ୍ଵକୁ ଖୋଜେ ଆପଣା ମାଟିରେ ।।


ପବନରେ ମିଶିଗଲେ

ଫଗୁଣ ର ସ୍ମୃତି 

ପ୍ରେମର ସହର ସାରା

ଉଠିବ ମହକି ।।


କହିବାକୁ ଥିଲା ଯାହା ଆଖି ପଲକରେ 

ଭିଜିଗଲା ସେ କାଗଜ ଲୁହର ଧାରରେ ।।


ଲିଭି ଯିବ ଦିନେ ଯେଵେ

ମୋ ଜୀବନ ବତୀ

ମେଘର ଓଢ଼ଣା ତଳେ

ସୂର୍ଯ୍ୟ ଯିଵ ଲୁଚି ।।


ଘୋଟି ଯିବ ସହରରେ ଅମା ଅନ୍ଧକାର

ଶୁଭିବନି ନଈ ଧାରେ ସେ ବଂଶୀର ସୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics