Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

3  

Sarojini Mishra

Classics

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ

1 min
129



ଦାରୁ ବ୍ରହ୍ମ ମୂର୍ତ୍ତି ତୁମେ ପରଂବ୍ରହ୍ମ

ଧନ୍ୟ ତୁମ ଲୀଳା ଅପରମ୍ପାର

ଶ୍ରୀ ନୀଳ କନ୍ଦରେ ଏ ମାନବ ପାଇଁ

ଲୀଳା କର ତୁମେ କଳା ଠାକୁର ।

ମାନବୀୟ ଲୀଳା କର ମହାପ୍ରଭୁ

ସକାଳରୁ ସଂଜ ପ୍ରତି ପାଦରେ

ଭକତ ପାଇଁ କି ଲୀଳା ଲଗାଇଛ

ବସି ରହି ତୁମେ ବଡ଼ ଦେଉଳେ ।

ଋତୁ ପ୍ରବାହରେ ତୁମରି ମନ୍ଦିରେ

ବିଭିନ୍ନ ନୀତି ଯେ ହୋଇ ତ ଥାଏ

ବେଶରେ ବେଶରେ ସନ୍ଦେଶ ଦିଅ ହେ

ଭକତ ଆନନ୍ଦେ ଅଧିର ହୁଏ ।

ମାର୍ଗଶୀର ମାସ ଜାଡ ସମାଗମ

ମାନବୀୟ ଲୀଳା କର ହେ ପ୍ରଭୁ

ସତେ ଅବା ତ୍ରସ୍ତ ଚତୁର୍ଦ୍ଧା ମୂରତି

ଘୋଡ଼ ଲାଗି ବେଶ ହେ ମହାବାହୁ ।

ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ତିଥି

ଏ ଅପୂର୍ବ ବେଶ ଆରମ୍ଭ ହୁଏ

ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ

ସମାପନ ଏହା ହୋଇ ଯେ ଥାଏ ।

ରତ୍ନ ସିଂହାସନେ ଓଢ଼ଣ ହୁଅ ହେ

ଶୀତ ବସ୍ତ୍ର ଆହା କେଡେ ସୁନ୍ଦର

ସାତଟି ଦିନରେ ସାତ ପ୍ରକାରର

ବସନ ରେ ତୁମେ କି ମନୋହର ।

ପୁଷ୍ପାଳକ ଙ୍କର କେଡ଼େ ଭାଗ୍ୟ ସତେ

ମଇଲମ କରି ଦିଅନ୍ତି ପରା

ପୂଜାପଣ୍ଡା ପରା ସୌଭାଗ୍ୟବନ୍ତ ଯେ

ଘୋଡ଼ ଲାଗି ବେଶ କରାନ୍ତି ସାରା ।

ଏ ମଣିଷ ପରି ପ୍ରଭୁ ଜଗନ୍ନାଥ

ଦିନ ଚର୍ଯ୍ୟା ତୁମ ହୋଇ ଯେ ଥାଏ

ଘୋଡ ଲାଗି ବେଶ ଆହା କି ସୁନ୍ଦର

ଖଣ୍ଡୁଆ ପାଟ ଯେ ଶୋଭା ବଢାଏ ।

ଜଗତ ଜନଙ୍କ ପ୍ରିୟ ଠାକୁର ହେ

ଜଗତକୁ ଦିଅ ଜୀବନ ବାର୍ତ୍ତା

ବେଶରେ ବେଶରେ ଭକ୍ତ ମନ ମୋହ

ତୁମେ ଅଟ ପ୍ରଭୁ ଜଗତ କର୍ତ୍ତା ।

ଜନମ ଜାତକେ ତୁମେ ତ ଥାଅ ହେ

ଭାଗ୍ୟ ଡୋରୀ ପ୍ରଭୁ ତୁମରି ହାତେ

ଏ ଭବ ସାଗରୁ ଉଦ୍ଧାର କର ହେ

ତୁମ କୃପାଦୃଷ୍ଟି ଢାଳ ଜଗତେ ।



Rate this content
Log in

Similar oriya poem from Classics