STORYMIRROR

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ନୂଆ ଆଶା

ନୂଆ ଆଶା

1 min
188


ଆଶାର କିରଣ ବିଛୁରିତ ପରେ

ମନରେ ଆଶା ଜାଗ୍ରତ

ଉତ୍କଣ୍ଠା ସହିତ ନୂତନ ଉତ୍ସାହ

ସଜାଗ ହୁଏ ତ୍ୱରିତ

ଆଶ୍ଵସନା ବୀଜ ହୁଏ ଅଙ୍କୁରିତ

ସଞ୍ଚାରିଲେ ହୃଦେ ଆଶା

ଶୁଭ ବାର୍ତ୍ତା ସହ ନୂତନ ପ୍ରଭାତେ

ଘୁଞ୍ଚାଇ ଦୁଃଖ ନିରାଶା

ଏକ ନୂତନ ଯାତ୍ରାର ଶୁଭାରମ୍ଭ

ଆଶା ବିଶ୍ୱାସ ସହିତ

ନୂତନ ପ୍ରଭାତ ଶୁଭପ୍ରଦ ଭାବେ

ମୁଖେ ବ୍ୟକ୍ତ ସୁପ୍ରଭାତ

ଆଶାର ଆଲୋକ ପ୍ରଦୀପ ସମାନ

ହୁଏ ଯେବେ ବିରାଜିତ

ଅନ୍ଧକାର ଦୂର ହୁଏ ଆପେ ଆପେ

ଯେବେ ରଶ୍ମି ପ୍ରକାଶିତ

ଆଶାର କିରଣ ହୁଏ ଯେବେ ପ୍ରାପ୍ତ

ଉତ୍କଣ୍ଠା ଜାଗେ ସମ୍ପ୍ରତି

କ୍ଷଣ ସ୍ଥାୟୀ ଜୀବନରେ କ୍ଷୁଦ୍ର ଆଶା

କରେ ଇଚ୍ଛା ବଳବତୀ 


ଖରା ଛାଇ ପରି ନିରାଶାରେ ଆଶା

ଜୀବନେ ହୁଏ ସଂଚାର

ଆଶା ଓ ବିଶ୍ୱାସ ସହିତ ଜୀବନ

ଆବେଗତା ସହକାର

ଆଶା ଅସୁମାରୀ ମନ ଭାବନାରେ

ଇଚ୍ଛା ହୁଏ ବଳବତୀ

ଆଶା ପୁର୍ଣ୍ଣ ହେଉ ଅଥବା ଅପୂର୍ଣ୍ଣ 

ଆଶାର କ୍ରମଶଃ ଗତି

ନୂଆ ଆଶା ଯେବେ ଉଙ୍କି ଉଠେ ମନେ

ଭାବନାରେ ଜାଗରଣ

ଅତୀତର ସ୍ମୃତି ମନରୁ ବିସ୍ମୃତି

ନୂତନ ସନ୍ଧାନେ ପ୍ରାଣ

ଅତୀତର ଦୁଃଖ ନୈରାଶ୍ୟର ଚିତ୍ର

ଯଦିଓ ଅଛି ଜୀବନେ

ନୂତନ ଆଶାରେ ମନ ଉଦବିଗ୍ନ

ଉତ୍କଣ୍ଠା ଜଡ଼ିତ ପ୍ରାଣେ

ସଂଜୀବନୀ ସମ ଆଶା ଆଣେ ପ୍ରାଣ

ନିରାଶା ହୃଦୟେ ଆଶା

ଆଶା ଆଲୋକର ସୁନେଲି କିରଣେ

ହୃଦେ ଆଗମନ ଉଷା

ସମାହାର ଆଶା ପୁଣି ନିରାଶାର

ଚିତ୍ର ରହିଛି ଜୀବନେ

ଜୀବନର ପଥ ହେଉ କୁସୁମିତ

ପ୍ରାଣ ଚାହେଁ ପ୍ରତି କ୍ଷଣେ


ନୂଆ ବର୍ଷ ଅବା ହେଉ ନୂଆ ଚାଷ

ଶୁଭ ଫଳ ପାଇଁ ଆଶା 

ଆଶା ଓ ବିଶ୍ୱାସ ସହିତ ଜଡିତ

ଜୀବନର ପରିଭାଷା

ଜୀବନର ପଥ ଯେବେ ଅନ୍ଧକାର

ଆଶା ମାତ୍ର ସହାୟକ

ଆତ୍ମ ବିଶ୍ୱାସ ଓ ଦୃଢ଼ମନା ବଳେ

ଆଶା ଲଭିବ ସାର୍ଥକ

ନୂଆ ନୂଆ ଆଶା ହୁଏ ଉଜ୍ଜୀବିତ

ନୂଆ ବର୍ଷ ଆରମ୍ଭରେ     

ପୁରୁଣା କାଳିମା ଲିଭାଇ ଦେବାକୁ

ଶପଥ ହୁଏ ମନରେ

ସ୍ନେହ ପ୍ରେମ ବାଣ୍ଟି ପରଷ୍ପର ପ୍ରତି

ଜୀବନ ଉତ୍ସର୍ଗ ହେଉ

ସମ୍ମାନର ସହ ସମାଜରେ ରହି

ଜୀବନର ଯାତ୍ରା ରହୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics