ଗାଁଆରେ ଶୀତ
ଗାଁଆରେ ଶୀତ
ଶୀତ ର ଲହରୀ ପରଶେ ଶିହରୀ
ଉଠେ ତରୁ ତୃଣ ରାଜି
ଫସଲ ଅମଳ କରି ସେ ଚଞ୍ଚଳ
ଚାଷୀ ମାନେ କୁଟା ପୁଞ୍ଜି ।
କରି ପିଟା ପରେ ବିରାଟ ଚୁଲା ରେ
ବସାଇ ଧାନ ସିଝାନ୍ତି
କୁଟା ନଡ଼ା ଜାଳି ଜଳାଇ କି ଚୂଲି
ପାଣି ଢ଼ାଳି ସେ ଫୁଟାନ୍ତି ।
ଉଷୁନା ଚାଉଳ ପାଆନ୍ତି ଧାନ ରୁ
କୃଷକ ମାନେ ଏ ପରି
ଶୀତ କାଳେ ଜନେ ଛୁଆ ପିଲା ମାନେ
ସେ ଚୂଲି ପାଖ ରେ ବେଢ଼ି ।
ବସି ରହି ଥାନ୍ତି ଲାଗେ କେଡେ ଶାନ୍ତି
ଚାଷୀ ଓ ତାର ଘରଣୀ
କୁଟା ନଡ଼ା ଠେଲି ଚୂଲି ଜାଳି ଜାଳି
ଆନନ୍ଦ ଉଲ୍ଲାସ ବୁଣି ।
ସକାଳ ସନ୍ଧ୍ୟା ରେ ନିଆଁ ର ପାଖ ରେ
ପାଆନ୍ତି ସର୍ବେ ଉଷୁମ
ଚୂଲି ପାଖେ ନିଆଁ ପୁଇଁଲେ ଟି ସିନା
ଲାଗଇ ଦେହ ଆରାମ ।
କୁଟା ନିଆଁ ସାହା ଚୂଲି କରେ ଦୟା
ଶୀତ ରୁ ରକ୍ଷା ପାଇଁ କି
ପ୍ରତି ଗ୍ରାମେ ଗ୍ରାମେ ଏଇ ପରି ଜନେ
ରହନ୍ତି ନିଆଁ ପୁଇଁ କି ।
କେଡେ ମଜା ଲାଗେ ଏଇ ଶୀତ କାଳେ
କୃଷକ ର ଚୂଲି ମୂଳେ
ଗାଆଁ ଲୋଜ ବାକ ପାଆନ୍ତି ଉତ୍ତାପ
ବସି ରହି ଲୋକ ମେଳେ ।