Sriman Bapu

Abstract Inspirational Others

4.0  

Sriman Bapu

Abstract Inspirational Others

ଶବ୍ଦର ଆଖି ଅଛି

ଶବ୍ଦର ଆଖି ଅଛି

1 min
39


ଶବ୍ଦର ଆଖି ଅଛି,

ଆଖି ମଧ୍ୟ ଶୁଣି ପାରେ ।


ଶବ୍ଦ ଚିହ୍ନିପାରେ,

ବାଛିପାରେ ଯୋଗ୍ୟ କାନକୁ ।


ଆଖି ଶୁଣିପାରେ,

ଅନ୍ୟ ଆଖିର ଅଶୁଣା ବ୍ୟର୍ଥତାକୁ ।


ନିଶବ୍ଦର ଦୃଷ୍ଟି ପୁଣି ଅଧିକ ତୀକ୍ଷ୍ଣ ,

ଶୁଣିପାରେ ଅପ୍ରକାଶ୍ଯକୁ ।


ଅଦୃଶ୍ଯର କାନ ଦେଖିପାରେ,

ଅବ୍ୟକ୍ତର ଦୃଶ୍ୟ ।


ବୁଝିନଥିବା କଥାବି କହିହୁଏ,

ଅକୁହା କଥାର ହିମାଳୟ ଦେଖାଯାଏ

କେବେ କେବେ ପରିଷ୍କାର ।


ଅକୁହା, ଅବୁଝା,ଅଦୃଶ୍ୟ

ସଭିଏଁ ଗୋଟିଏ ଲାଉର ମଂଜି।


ସେ ଲାଉର ନାଡୀ ଲାଗିଛି

ଶୂନ୍ୟର ନାଭିରେ

ଶୂନ୍ୟର ନାଭିରୁ,

କଁଅଳା ଲାଉ ଜନ୍ମୁଛି ।


ଯଦି କିଏ ପଚାରେ,

ଯାହା ଲେଖିଛୁ ତୁ ନିଜେ ବୁଝିପାରୁ ?


ନାଁ, ଶବ୍ଦ ଯାହା ଦେଖିଲା

ସେଇଆ ଲେଖିଛି ,

ଶବ୍ଦର ଆଖି ଅଛି।


Rate this content
Log in

Similar oriya poem from Abstract