STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ଏକାନ୍ତ ମୋର

ଏକାନ୍ତ ମୋର

1 min
41


ମୁଁ ପରା ଖୁବ ବେପାରୁଆ ବେଧଡକ ପ୍ରାଣୀଟିଏ 

ନିଜ ପରିଧିର ରାଣୀଟିଏ 

ନିଜ ଇଲାକାର ମାଲିକାନା ସତ୍ତ୍ୱ 

ଭଣ୍ଡାର ଘର ଚାବି 

ମାଟି ସରା ରେ ସାଇତା ଆଚାର 

କାନ୍ଥରେ ଝୁଲି ଥିବା ମୋ ପ୍ରିୟ ମଣିଷ ସବୁ 

କେବଳ ମୋର 

ଖାଲି ମୋର 

ଏକାନ୍ତ ବ୍ୟକ୍ତିଗତ ।


ଆଜୀବନ ସାଇତା ମହାର୍ଘ୍ୟ ଚିଜ 

ଯାହା ଦେଉଥିଲା ବଂଚିବାର ରାହା 

ହେଇପାରେ ମୋତେ ଯାହା ଖୁବ ପସନ୍ଦ 

ତୁମେ ଜମା କରନା ପସନ୍ଦ 

ବିନା ସୂଚନା :ଆଉ ନିମନ୍ତ୍ରଣ ରେ 

ଧସେଇ ପଶିଆସିଲ ନିଜର ହେବାର ଦାବି ନେଇ 

 ଆଉ ଖୁବ ଗୋଟେ ମାମଲତିକାର ସାଜି 

ଲୁଟି ନେଲ ଅଜନ୍ମ ସାଇତା ସମ୍ପଦ  ।


କହିବାର ନଥିଲା କିଛି 

ଭାବିବାର ବି ନଥିଲା କିଛି 

ବରଂ ଖୁସି ହେଉଥିଲି 

ୁମ ଜୀବନ ସାମ୍ରାଜ୍ୟ ର ବାଗଦତ୍ତା 

ହେବାର ଅଗ୍ରିମ ଟିକେଟ ପାଇଁ ।


ସବୁଠି କିନ୍ତୁ ନେସି ହେଇଥିଲା 

କଞ୍ଚା ମିଛ ର ପ୍ରଲେପ ଆଉ 

ବାହାନା ର ବହଳ ଆସ୍ତରଣ 

ମୋର ବୁଝିବାରେ ଭୁଲ 

ଅନୁଭବ କରିବାର ବିଳମ୍ବତା 

ନଜିର କରି ଘୁଞ୍ଚିଗଲା ତୁମ ରାଜ୍ୟ 

ଆଉ ତାସହ ତୁମ ଯାବତୀୟ ରାଜକୀୟ ବାହାନା 

ସାରା ଆକାଶ ର ବାଗଦତ୍ତାପଣ କୁ 

ମୁଠେଇ ଧରି କେତେବେଳେ ଯେ 

ନିଶ୍ବ ହେଇଗଲି ଜାଣି ହେଲାନାହିଁ ।


ଏବେ କିନ୍ତୁ ମୁଁ ବେଶ ବୁଝିଗଲି 

ଅନୁଭବ ରେ ପାକଳ ହେଲି 

ତେଣୁ ଦେବାରେ ନାହିଁ ବିଂଦୁଏ ବିଶ୍ୱାସ 

ଯାହା ଅଛି 

ଯେତିକି ଅଛି 

ଖାଲି ମୋର 

ଏକାନ୍ତ ମୋର 

କେବଳ ମୋର 

ବଳକା ବୟସ ଶେଷ ବତୀ ଖୁଣ୍ଟ ଯାଏଁ ।


Rate this content
Log in

Similar oriya poem from Abstract