Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Others

2.7  

Jayashree Maharana

Abstract Others

ଭାବନାର ଉର୍ମି

ଭାବନାର ଉର୍ମି

1 min
28


ଜୀବନର ବେଳାତଟରେ 

ଭାବନାର ଊର୍ମି ଉଠି

ଅନେକଥର ଭିଜାଇଛି ମନର ଶଯ୍ୟାକୁ ।


କେବେ ହସାଇଛି

ସୁନେଲି ସ୍ୱପ୍ନରେ

କେବେ କନ୍ଦାଇଛି

ଅପ୍ରାପ୍ତି ମୋହରେ ।


ସୁଖ ଦୁଃଖର ଧରାବନ୍ଧା ନିୟମରେ

ଜୀବନର ଅସ୍ତିତ୍ୱକୁ ନେଇ

ଉଙ୍କିମାରିଛି ଅନେକ ପ୍ରଶ୍ନବାଚୀ ।


ରଙ୍ଗରେ ରଙ୍ଗୀନ ହେବାକୁ

ଦେଇଅଛି ଭରସା

ଜଗାଇଛି ବିଶ୍ୱାସ ।


ପରସ୍ତ ପରସ୍ତ ଆବେଗର 

ଫେନୀଳ ସାଥିରେ

ନାଚିଅଛି ଖୁବ ବିଭୋର ପଣରେ।


ଆତ୍ମୀୟତା ଛଳରେ

ଭରିଛି ମାନ ଅଭିମାନ

ଟିକିଏ ଈର୍ଷା ଆବୋରିଛି ବଇରୀ ସାଜି 

ସମାଜର ବ୍ୟବସ୍ଥା ଦେଖି

ଜଳିଛି ବିଦ୍ରୋହର ବହ୍ନି 

ଅସହାୟର କରୁଣ ଚିତ୍କାରରେ

ଆନ୍ଦୋଳିତ କରିଛି ହୃଦୟକୁ ।


ବିଦ୍ରୁପ ଶୁଣି ହୋଇଛି ହତୋତ୍ସାହ

ପ୍ରଂଶସା ରେ ପାଇଛି ପ୍ରେରଣା 

ସ୍ୱପ୍ନରେ ମଜ୍ଜି ହୋଇଛି ଲକ୍ଷରୁ ବିଚ୍ୟୁତି

ପୁଣି ଅହଂକାରରେ ଭୁଲିଛି ବିବେକ 

ଅନୁତାପରେ ଧ୍ୟାୟିଛି ଈଶ୍ୱରଙ୍କୁ

ମାଗିଛି ମୁକ୍ତି ।


ଶେଷ ନିଃଶ୍ୱାସର ପ୍ରଭାବରେ

ହୋଇଯାଇଛି ଦୁର୍ବଳ 

ଏଇ ତ ଫେରିଯାଇଛି ଭାବନା

ଗଭୀର ଗର୍ଭ ଭିତରକୁ

ଖୁବ ସନ୍ତର୍ପଣରେ ।


Rate this content
Log in

Similar oriya poem from Abstract