STORYMIRROR

Anita Dash

Abstract Inspirational Others

3  

Anita Dash

Abstract Inspirational Others

ଜୀବନର ଜୟ ଯାତ୍ରା

ଜୀବନର ଜୟ ଯାତ୍ରା

1 min
28


ଶରୀର ରଥରେ ସମୟ ପଥରେ

ଜୀବନର ଜୟ ଯାତ୍ରା,

ଭ୍ରମଣ ସରିଲେ ଜୀବନ ଲଭିବ

ଚିର ନିର୍ବାଣ ମୁଦ୍ରା। [୧]

ମନ ଓ ବିବେକ ଅଶ୍ୱ ଦୁଇଟି

ଚଳାଇ ନିଅନ୍ତି ରଥ,

ଯେ ଯାହା ଶକତି ପରଖିବା ପାଇଁ

ସଦା ଶତତ ଚେଷ୍ଟିତ । [୨]

ପ୍ରାରବ୍ଧ କର୍ମ ଭାଗ୍ୟ ପ୍ରକୃତି

ଏ ଚାରି ସୈନ୍ୟ ସାମନ୍ତ,

ସାଥେ ସାଥେ ଧରି ଜୀବନ ଆମର

ଜୟ ଯାତ୍ରାରେ ଲିପ୍ତ । [୩]

ଯାତ୍ରାରେ କେବେ ଜୟ ପୁଣି କେବେ

ହୋଇଥାଏ ପରାଜୟ,

ବାସ୍ତବତା ଯାହା ଅବଶ୍ୟମ୍ଭାବୀ

ସେତ ସଦା ଗ୍ରହଣୀୟ । [୪]

ଯାତ୍ରା ସମୟେ କେବେ ପଡିଯାଇ

ସହଯାତ୍ରୀର ମୋହେ,

ମନର ବଶରେ ବିବେକକୁ ଭୂଲି

ମୋହଗ୍ରସ୍ତ ହୋଇଯାଏ । [୫]

ରେ ଜୀବନ ତୋର ଲକ୍ଷ ଚୂଡାନ୍ତ

ତତେ ତ ଯିବାକୁ ହେବ,

ବୟସର ଝଡ ପ୍ରହାରେ କମୁଛି

ଶରୀର ରଥର ବେଗ। [୬]

ମୁକ୍ତି ପଥର ଯାତ୍ରୀତୁ ସତ୍ୟ

ଶିବ ସୁନ୍ଦରଙ୍କୁ ଧ୍ୟାୟୀ,

ଦୁଃଖ ସୁଖ ସମ ମଣି ଆଗେଇଯା

ଚରୈବତି ମନ୍ତ୍ର ଗାଇ। [୭]


Rate this content
Log in

Similar oriya poem from Abstract