STORYMIRROR

Priyaranjan Biswal

Abstract Others

3  

Priyaranjan Biswal

Abstract Others

ସମୟ ଓ ମଣିଷ

ସମୟ ଓ ମଣିଷ

1 min
30


ଯାଇଛି ଯେ' ଦିନ ସବୁ ହୋଇଅଛି ସ୍ମୃତି।

ସେ ସ୍ମୃତିକୁ ହୃଦୟେ ମୋହର ରଖିଛି ସାଇତି।।

ଜୀବନର ଚଲାପଥେ ରାଗରୁଷା କେତେ?

କେତେ ମାନ ଅଭିମାନ ସାଙ୍ଗସାଥି ସାଥେ।।

ସମୟର ନାଗଫାସେ ଫସେ ଏ ମଣିଷ।

କେବେ ପାଏ ଦୁଃଖ ପୁଣି କେବେ ହସେ ହସ।।

ସମୟ ସ୍ରୋତରେ ଆମେ କୁଟାକାଠି ସବୁ।

ମଣିଷକୁ ସମୟତ କରିଅଛି କାବୁ।।

ସମୟ ତ କ୍ଷତ ଦେଇ ଲଗାଏ ମଲମ।

ଭରିଯାଏ କ୍ଷତ, ରହେ ହୃଦୟେ ଯଖମ।।

ଆଜି ଯିଏ ପ୍ରିୟ ବନ୍ଧୁ କାଲି ଦିଏ ଧୋକା।

ସମୟତ‌ ବେଳେବେଳେ କରିଦିଏ ଏକା।।

ସମୟ ଚକ୍ରରେ ଶତ୍ରୁ ହୁଅଇ ଶ୍ରଧୟ।

ଆଜି ଯିଏ ସ୍ୱାଗତ, କାଲି ନିଏ ବିଦାୟ।।

ଦିନ ପରେ ଦିନ ସରେ ମାସ ପରେ ମାସ।

ଏସବୁର ମିଶ୍ରଣରେ ହୁଅଇ ବରଷ।।

ବାରମାସେ ହୋଇଥାଏ ଗୋଟିଏ ବରଷ।

ଡିସେମ୍ବରରେ ସରଇ ବର୍ଷର ବୟସ‌‌।।

ଜାନୁୟାରୀ ପହିଲାରେ ସାଙ୍ଗସାଥି ମେଳେ।

ମଣିଷ ନୂଆ ବର୍ଷର ଜନ୍ମଦିନ ପାଳେ।।

ଏହପରି ପ୍ରତିକ୍ଷଣେ ସମୟ ବଦଳେ।

ମଣିଷତ ନାଚକରେ ସମୟର ତାଳେ।।

ଏହିପରି ଅଟେ ଆମ ମଣିଷ ଜୀବନ।

ସୃଷ୍ଟିର ଅଟଇ ଏହା ବିଚିତ୍ର ବିଧାନ।।

ତଥାବି ସଦା ସ୍ପନ୍ଦିତ ହୃଦୟ ସ୍ପନ୍ଦନ।

ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract