ସୁଖ,ଦୁଃଖର ତୋ ସାଥୀ
ସୁଖ,ଦୁଃଖର ତୋ ସାଥୀ


ଆଖିରୁ କେବେ ମୁଁ ଝରାଏ ଲୋତକ
ପୁଣି ଓଠଧାରେ ହସ
ପଢି ମୋତେ କିଏ ସପନେ ବିଭୋର
ଛାଡ଼ଇ କେ ଦୀର୍ଘଶ୍ୱାସ ।
ଅସାର ଜୀବନେ ଖୋଜେ ମୁକତିର
ପଥ ଏଇ ସଂସାରରେ
ତେଜି ପରିବାର,ଦର୍ଶନ ବିଭୋର
ପଢିଦେଲେ ମୋତେ ଥରେ।
ମିତ୍ରକ୍ଷର ଛନ୍ଦ, ଅମିତ୍ରାକ୍ଷର ବି
କେତେ ଅଳଙ୍କାର ଖଣି
ଭିନ୍ନ ଭିନ୍ନ ରୂପେ ସଜାଇଛି କବି
ସେ ଏକା ମୋର ବିନ୍ଧାଣି ।
କଳ୍ପନା ରାଇଜୁ ଆଣେ ତୋଳି ମୋତେ
ସେ ରଥି, ମୁଁ ତ ସାରଥୀ
ଜୀବନ ଯାତନା ହରିନିଏ ଯେତେ
ସୁଖ , ଦୁଃଖର ତୋ ସାଥୀ ।