Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRANATI MAHAPATRA

Abstract Others

3  

PRANATI MAHAPATRA

Abstract Others

ଆସ ବନ୍ଧୁ ବାଲେଶ୍ଵର

ଆସ ବନ୍ଧୁ ବାଲେଶ୍ଵର

1 min
152



ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା

ଉତ୍ତରରେ ଅବସ୍ଥିତ,

ପ୍ରାଚୀନ କଳିଙ୍ଗର ଅଂଶବିଶେଷ

ଥିଲା ତୋଷଳ ବା ଉତ୍କଳ।(୧)


ପୂର୍ବରେ ବଙ୍ଗୋପସାଗର

ଉତ୍ତରରେ ମେଦିନୀପୁର,

ପଶ୍ଚିମରେ କେନ୍ଦୁଝର ମୟୂରଭଞ୍ଜ

ଭଦ୍ରକ ଯେ ଦକ୍ଷିଣର।(୨)


ବାରଟି ତହସିଲ ବାରଟି ବ୍ଲକ

ଆୟତନ ୩୬୩୪ ବର୍ଗକିଲୋମିଟର,

ଦୁଇଟି ଉପଖଣ୍ଡ ଏକ ନୀଳଗିରି

ଅନ୍ୟଟି ଯେ ବାଲେଶ୍ଵର।(୩)



କୃଷି ଶିଳ୍ପ ମତ୍ସ୍ୟ ପର୍ଯ୍ୟଟନ

ଚାରୋଟି ମୁଖ୍ୟ ରାଜସ୍ବ,

ସାଂସ୍କୃତିକ ବାଣିଜ୍ୟିକ ବ୍ୟବସାୟିକ

ପ୍ରମୁଖ କେନ୍ଦ୍ର ସ୍ଥଳ।(୪)



ବିର୍ଲା ଟାୟାର ବାଲେଶ୍ଵର ଆଲଏଜ

ଇମାମି କାଗଜ କଳ,

ପୋଲାର ଫାର୍ମ ଇଣ୍ଡିଆ ଲିଃ

ଜିଲ୍ଲାର ଗୁରୁ ଉଦ୍ୟୋଗ କଳ।(୫)



ସ୍ନାତକ ଆଇନ ବୈଷୟିକ

ସଙ୍ଗୀତ ଚାରୁକଳା ମହାବିଦ୍ୟାଳୟ,

ଶିକ୍ଷା ଶିଳ୍ପ ତାଲିମ କମ୍ପ୍ୟୁଟର

ବ୍ୟବସାୟିକ ମହାବିଦ୍ୟାଳୟ।(୬)



ବ୍ୟାସକବି ସମାଜସେବୀ ଲକ୍ଷ୍ମଣସାହୁ

କବି ରାଧାନାଥ ରାୟ,

ସ୍ଵାଧୀନତା ସଂଗ୍ରାମୀ ବାଘାଜତୀନ

ଏହି ବାଲେଶ୍ଵର ପୁଅ।(୭)



ଚାନ୍ଦିପୁର ତାଳସାରୀ ଯେ ଡ଼ଗରା

ଚଉମୁଖ କଷାଫଳ,

ପଞ୍ଚଲିଙ୍ଗେଶ୍ଵର ଲଙ୍ଗଳେଶ୍ଵର ଲକ୍ଷ୍ମଣନାଥ

ପୁଣି ମଣିନାଗେଶ୍ଵର।(୮)



କଳା ସଂସ୍କୃତି ଭାଷାର ସହର

ଆସ ବନ୍ଧୁ ବାଲେଶ୍ଵର,

ଚାନ୍ଦିପୁରର ଚାନ୍ଦି ଥାଳିଆରେ

 ପାଦପଖାଳଇ ବଙ୍ଗୋପସାଗର।(୯ )



ସ୍ଵର୍ଣ୍ଣଚୁଡ଼ ଯା'ର ମଥାର ମୁକୁଟ

କଟିରେ ବୁଢାବଳଙ୍ଗ,

ସବୁ ବିପଦକୁ ଏଡେଇ ଦିଅନ୍ତି

ବାବା ଭୂଷଣ୍ଡ ଦେବ।(୧୦)



ଏମିତି ପୁଅ କାଲାମ ଗଢିଲା 

ଚାନ୍ଦିପୁର ରେ ତୋପ,

ସେ ବିମାନ ତୋପ ପାଇଁ

ବାଲେଶ୍ଵର ବିଖ୍ୟାତ।(୧୧)



ପାନ ମୀନ ଆଉ ଧାନ ଫଳାଏ

ସେ ଯେ ବାଲିଆପାଳ,

ଭାଷା ବିକାଶର ମହାନାୟକ

ଆମ ଫକୀରମୋହନ।(୧୨)



ଚନ୍ଦନେଶ୍ଵର ବାଣେଶ୍ଵର ଭୂଷଣ୍ଡେଶ୍ଵର

ମହାଦେବ ସ୍ଵପ୍ନେଶ୍ଵର,

ଭୂଜାଖିଆପୀର,ଇଶାନେଶ୍ଵର

 କ୍ଷୀରଚୋରା ଗୋପିନାଥେଶ୍ବର।(୧୩)


ନୀଳରକ୍ତ କଙ୍କଡା ବଂଶ ବଢାଏ

ଚାନ୍ଦିପୁର ଚାନ୍ଦି ଜଳରେ,

ଅତିଥି ନୁହେଁ ସେ ଅତି ଆପଣାର

ଏ ବାଲେଶ୍ଵର ବାସୀଙ୍କର।।(୧୪)


କବି ବୈଜ୍ଞାନିକ ସମାଜସେବୀ

ତାର ସୁରକ୍ଷା ପାଇଁ,

ଗବେଷଣା କେନ୍ଦ୍ର ଖୋଲି ପରୀକ୍ଷା

ନିରୀକ୍ଷଣ କରିବେ ତହିଁ।(୧୫)


ବରଷକ ୩୬୫ ଦିନ ସାହିତ୍ୟ

ସଭା ହୁଏ ବାଲେଶ୍ଵରରେ,

ଭାଷାର ପିତା ଫକୀରମୋହନ

ସାହିତ୍ୟ ପରିଷଦରେ।(୧୬)


ଏହି ବାଲେଶ୍ଵରେ ଶିଳ୍ପୀ କେଶୁଦାସ

ନିଆରା ନିଆରା ମଣିଷ,

କବି ବ୍ରଜନାଥ କବି ଯେ ପ୍ରଶାନ୍ତ

ନିଆରା ତାଙ୍କର ହସ।(୧୭)


ସାହିତ୍ୟର ପରା ଏନ୍ତୁଡି ଶାଳ

ଆମ ଏହି ବାଲେଶ୍ଵର,

ବାଲି ଗୋଡି ମାଟି ଯାହାକୁ ଛୁଇଁବ

ସାହିତ୍ୟରେ ଭରପୁର।(୧୮)


ନିଆରା ମଣିଷ ନିଆରା କର୍ତ୍ତବ୍ୟ

ସବୁଠୁ ନିଆରା କାମ

ସବୁଠାରେ ବାରି ହୋଇ ପଡନ୍ତି

ନିଆରା ଏଠାରେ ଧର୍ମ।(୧୯)


ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିଆନ

ଗୋଟିଏ ଜାଗାରେ ବସୁ,

ଯାନିଯାତ୍ରା ଅବା ଆଲୋଚନା କରି

ଏକାଠି ଖାଉ ଏକାଠି ହସୁ।(୨୦)


Rate this content
Log in

Similar oriya poem from Abstract