STORYMIRROR

Kalpana Satpathy

Abstract Classics Inspirational

3  

Kalpana Satpathy

Abstract Classics Inspirational

ସୂରୁଜ ରାଜା

ସୂରୁଜ ରାଜା

1 min
210

ଶୀତୁଆ ସକାଳର ଶୀତୁଆ ବାଆରେ

ଆଜି ସୂରୁଜ ରାଜା ଙ୍କର ଆଭା ପରିସ୍ଫୂଟିତ

ହୋଇ ଛୁଟି ଯାଇଛି ଭବନମଣ୍ଡଳର ଚତୁଃପାର୍ଶ୍ଵ

ସୂରୁଜ ରାଜା ଙ୍କ କିରଣର ଉଷ୍ମତା

ଭରି ଦେଇଛି ମନ ଓ ପ୍ରାଣରେ

ଶକ୍ତିର ପୀୟୂଷ, ପ୍ରାଣୀଜଗତ ଏବେ

ସୂରୁଜ ରାଜା ଙ୍କ ରଶ୍ମି ର ତେଜରେ

ବଳିୟାର ହୋଇ କାଟୁଛନ୍ତି ଦିନ

ମହାଆନନ୍ଦରେ, ଜୀବନ ରକ୍ଷଣରେ।

ଗୋଧୂଳିର ସ୍ପର୍ଶର ର ଅନୁଭବ ଅନୁଭୁତି

ଆଜି ନିଆରା ନିଆରା ବାସ୍ନା ରେ

ମହକିତ ହୋଇ ଧରାବକ୍ଷକୁ

କରିଛି ଶୀତଳ ପରଶରେ ଅସ୍ଥିର

ଚାତକ ପରି ଚାହିଁ ରହିଛନ୍ତି ସବୁଜ

ବନାନୀର ଅରଣ୍ୟାନି ସୁରୂଜ ରାଜାଙ୍କ

ଆଭାରେ ବିକଶିତ ହେବେ

ପୁଷ୍ପଗୁଚ୍ଛ, ଭ୍ରମରର ବୀଣା ବାଦନରେ

ମୋହିତ ହେବ ପ୍ରକୃତି ମା'ର କୋଳ

ସେହି ଶୀତଳ ପରଶର ସ୍ପର୍ଶର

ଶୀତୁଆ ବାଆରେ ଦୋହଲି ଦୋହଲି

ଫୁଲ ଗାଉଥିବ ଗୀତ

ମନଜିଣା ସ୍ବରରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract