ପରମପୂଜ୍ୟ ପତିତପାବନ
ପରମପୂଜ୍ୟ ପତିତପାବନ
ତୁମେ ଆମ ଜଗଦୀଶ୍ୱର ଜଗଜ୍ଜୀବନ,
ତୁମେ ଆମ ଜଗଦ୍ଗୁରୁ ଜଗମୋହନ,
ତୁମେ ଆମ ମଧୁସୂଦନ ମଦନମୋହନ,
ତୁମେ ଆମ ପରମପୂଜ୍ୟ ପତିତପାବନ।
ନବ୍ୟ ତୁମର ଭାବପୂର୍ଣ୍ଣ କୀର୍ତ୍ତନ,
ଶ୍ରାବ୍ୟ ତୁମର ସ୍ୱରବଦ୍ଧ ସଙ୍କୀର୍ତ୍ତନ,
ଦିବ୍ୟ ତୁମର ଦେଦୀପ୍ୟମାନ ଦର୍ଶନ,
ଭବ୍ୟ ତୁମର ନୟନପ୍ରୀତିକର ତ୍ରିଭୁବନ ।
ନୟନାନନ୍ଦକର ତୁମର ଚାରୁ ସୁଚାରୁ ଚକାନୟନ,
ମୁଗ୍ଧକର ମନୋହାରୀ ତୁମର ଶ୍ରୀମନ୍ତ ଶ୍ରୀବଦନ,
ତୁମର ରଙ୍ଗାଧର ଶୁଣାନ୍ତି ଅଗଣିତ ଆଶୀର୍ବଚନ,
ତୁମର ଶ୍ରୀନିକେତନ ଏକକ ଅନୁପମ ଆୟତନ ।
ତୁମେ ଯେ ସର୍ବଜନଙ୍କ କଳାବନ୍ତ କଳାକାଞ୍ଚନ,
ତୁମର ଆରାଧନା ଉପାସନା କରନ୍ତି ଜଗଜ୍ଜନ,
ମଧୁର ସୁମଧୁର ତୁମର ସାର୍ବଜନୀନ ଅମୃତବଚନ,
ତୁମ ପଥପ୍ରଦର୍ଶନର ଅନୁକମ୍ପା ମିଳୁଥାଉ ଯାବଜ୍ଜୀବନ ।
ତୁମ ମହାପ୍ରାସାଦର ମହାର୍ଦ୍ଦ ହେଉଛି ମହୀରେ ଉତ୍ତମୋତ୍ତମ ଉପାୟନ,
ସୁଯୋଗ ସଂଯୋଗ ସୌଭାଗ୍ୟରେ ମିଳେ ଯାହାର ଆନନ୍ଦପ୍ରଦ ଆସ୍ୱାଦନ,
ତୁମ ରମ୍ୟ ରଥଯାତ୍ରା ଯେ ସଂସାରର ସର୍ବୋତ୍କୃଷ୍ଟ ସର୍ବୋତ୍ତମ ସମ୍ମେଳନ,
ଆଜୀବନ ତୁମ ମହୋତ୍ସବର ସନ୍ଦର୍ଶନ କରିବାର କରୁଛି ଆନତି ଆବେଦନ।
ନିଜ ନିଜର ସ୍ୱଗ୍ରାମ ସ୍ୱଗୃହରୁ ଅନେକ କରୁଛନ୍ତି ଦାଦନ,
ହେଲେ ତୁମ ଶ୍ରୀକ୍ଷେତ୍ର ପୁଣ୍ୟକ୍ଷେତ୍ରରେ ପହଞ୍ଚୁଛି ମନ,
ଅବନତ ଅନ୍ତଃକରଣରୁ କରୁଛି ଏହି ଅଭ୍ୟର୍ଥନାର ଜ୍ଞାପନ,
ପ୍ରସନ୍ନଚିତ୍ତ ହୋଇ ତୁମରି ଚିନ୍ତନ ମନନ କରୁଥିବି ଆଜୀବନ ।