ସ୍ମୃତି ଝରକା
ସ୍ମୃତି ଝରକା


ସ୍ମୃତି ଯେବେ ମଧୁମୟ
ଓଦା ଜଡଜଡ
ମନ ତାକୁ ଝୁରି ହୁଏ
ଖାଲି ବାରମ୍ବାର।
ସ୍ମୃତି ଯଦି ଅତୀତର
ବିଷମୟ ଫଳ
ଦୂରେ ଫିଙ୍ଗି ଦେବାରେ
ଯେ ଲାଗଇ ରେ ଭଲ।
ସ୍ମୃତି କେବେ ତୋଳି ଦିଏ
ମିଳନର ଅପୂର୍ବ ରାଗିଣୀ
ରାତି ହୁଏ ମଧୁ ବୋଳା
ପ୍ରେମ ରେ ଭିଜେ ରଜନୀ।
ଦୁଇ ମନ ଦୁଇ ପ୍ରାଣ
ମିଳନରେ ଲୀନ
ମଧୁଝରା ପ୍ରିତୀ ଦେଖି
ଲାଜ କରେ ଜହ୍ନ।
ଗୋଲାପ ର ଫୁଲ ଶେଯେ
ମୋ ଅଳସୀ ପ୍ରିୟା
ତାକୁ ଦେଖି ଲାଗଇ ରେ
ଏ ମନରେ ନିଆଁ।
ଯୌବନ ର ଉଷ୍ମତା କୁ
ଦିଏ ଶାନ୍ତ କରି
ତିରିଛି ନଜର ତା'ର
ଚଲାଏରେ ଛୁରୀ।
ସ୍ମୃତି କେବେ ମୋ ପ୍ରିୟାର
ନବବଧୁ ବେଶ
ମୋ ଶୋଷକୁ ମେଣ୍ଟାଏ ତା'
ଅପରୂପ ସୌନ୍ଦର୍ଯ୍ୟ ର ରସ।
ସ୍ମୃତି ଯଦି କେବେ ବିରହ ଅଗ୍ନି ର
ବିଷମୟ ହୁଳା ସାଜେ
ଜାଳେ ଦୁଇ ପ୍ରେମପକ୍ଷୀ ଙ୍କ ମନକୁ
ଆଖି ଲୁହେ ମନ ଭିଜେ।
ସ୍ମୃତି ପରା ଅଟେ ଜୀବନ ବହି ର
ଖଟା, ମିଠା ମିଶା ଫର୍ଦ୍ଦ
କେବେ ସିଏ ଆଣେ ଝାଞ୍ଜି ବୈଶାଖୀ
କେବେ ବୁଣି ଦିଏ ମିଠା ଦରଦ।
ତଥାପି ଜୀବନେ ଦୁଖ ଆଉ ସୁଖ
ଥାଆନ୍ତି ରେ ସ୍ମୃତି ହୋଇ
ନ ଚାହିଁବି ମନ ଟାଣି ଆଣୁଥାଏ
ସ୍ମୃତି ର ଫର୍ଦ୍ଦ କୁ କାଇଁ।