STORYMIRROR

Bharatabandhu Biswal

Romance

3  

Bharatabandhu Biswal

Romance

ସ୍ମୃତି ଛାୟା

ସ୍ମୃତି ଛାୟା

1 min
230


ଏସନ କଥା ତ ନିଆରା ।

ଚାରିଆଡେ ମହାମାରୀ ଭୟ 

 ଆତଙ୍କର ଛାୟା,

ଘରେ ରହି ଯେନ ତେନ ସମୟଟା

କାଟିଦେବା କଥା ।


"କ'ଣ ସବୁ ଚାଲିଅଛି ବାଘ ଘରେ

ମିରିଗଙ୍କ ନାଟ,

ଗିଳିଦେଇ ପେଟେ ପେଟେ ବାପପୁଅ

ଯେତେବେଳେ ଦେଖ

ଟିଭି ଖୋଲା ଅହରହ ମ୍ୟାଆଚ କ୍ରିକେଟ ।

ବନ୍ଦ କର ଫାର୍ଶ

ଏହିକ୍ଷଣି ଯାଅ ତୁମେ ହାଟ,

ଚଢ଼ା ଦାମ୍ ହେଉ ପଛେ

ବଜାରରୁ କିଣିଆଣ ବହି

ପୁଅ ପଢୁ ପାଠ ।"


ଶ୍ରୀମତୀଙ୍କ ଓଗାଳରେ ଫାଟିଗଲା ନିଶା ।

କହିଲି ଧିର ଗଳାରେ

ଏ କାମ ଏ ଯାବତ୍ ପଡ଼ି କି ଥାଆନ୍ତା !

ଏଇ ମାତ୍ର କିଛି ଦିନ ରହିଯାଅ

ଦେବେ ଦେବେ କହୁଥିଲେ 

ମାଗଣା ମାଷ୍ଟ୍ରେ,

କିଣିବାକୁ ଲୋଡ଼ା ହେବ ଟଙ୍କା ବି ଅଧିକା ।


"ସରଗକୁ ନେବ ତୁମ ପୁଳାପୁଳା ଟଙ୍କା !

ଗପ ନାହିଁ ଜମାରୁ ଅଧିକା,"

ପୁଣି ସ୍ୱର ଉଚ୍ଚା

ଶ୍ରୀମତୀଙ୍କ ଗଉରଚନ୍ଦ୍ରିକା ।


ଅବିଳମ୍ବେ ହେଲା ଯାତ୍ରା

ଆସିଗଲା କିଛି ପାଠ୍ୟ ବହି,

ଯତନରେ ମଡାଇ ମଲାଟ କହିଲି ମୁଁ-

କି ସୁନ୍ଦର ଦେଖିଲୁ ରେ ପୁଅ !

ପାଟିକରି ପଢି ଦେ ସୁନା ମୋର ପାଠଟିଏ

ବଡ଼ ବୋଲି ମାଆ ତୋ ଶୁଣିବ ।


ହଁ,ଶୁଣ ତେବେ ବାପା ପଞ୍ଚତନ୍ତ୍ର

ନୀଳ ବର୍ଣ୍ଣ ଶୃଗାଳ ର କଥା ;


ସଂରକ୍ଷିତ ଏକ କୁଣ୍ଡେ ଦୈବାତ

ପଡ଼ିଗଲା ଶୃଗାଳଟି

ବଦଳିଗଲା ତା ଦେହ ରଙ୍ଗ ରୂପ,

ବିତାଇଲା ଜୀବନତା ଅୟସରେ

ରାଜପଦ ଭୋଗେ,

ଆପଣାକୁ ମଣିଲା ସେ ସାକ୍ଷାତ ଈଶ୍ୱର

ତାପରି ଇତର ଜୀବେ ନକଲା ଆଦର,

ଦିନେ ସ୍ବଜାତ ଅଭ୍ୟାସେ

ଜଳଜଳ ଦିଶିଗଲା ତା ପୁରୁଣା ମୁହଁ

ପାଟିକରି କହିଲେ ସକଳେ

ଧର ଧର ମାର

ଇଏ ସିଂହ ନୁହେଁ ଶୃଗାଳଟା ମାତ୍ର ।

ଶ୍ୱ।ପଦ ଆଘାତେ ଖୀନ୍ ଭିନ୍

ହୋଇଗଲା ନୀଳ ବର୍ଣ୍ଣ ପଶୁଟିର

ଦିବ୍ୟ ନୀଳ ଦେହ ।


ନ ସରୁଣୁ ପୁଅ ପଢା କହିଲା ତା ମାଆ-

"ଆହା ! ବିଚରା ନୀଳ ବର୍ଣ୍ଣ

ପ୍ରଭୁଙ୍କର କି ବିଷମ ଗତି ??"

ଗଡ଼ି ଗଲା ଠକଠକ ଲୁହ 

ସତେ ବିନ୍ଦୁ ମୋତି

ଆଶ୍ଚର୍ଯ୍ୟ ଅଷ୍ଟମ ଦେଖି ଧଡପଡ ହେଲା ଛାତି

ଉଠିଲି ଚମକି ।


ଜାଣିଥିଲି ପତ୍ନୀ ମୋର ଅଧିକା ଶୁଣନ୍ତି,

ବୁଝନ୍ତି ବି ଚମତ୍କାର

ଖୁବ୍ ଦୂରଦର୍ଶୀ ,

କାହାକୁ ତ ଲାଗିପାରେ ଡାହା ମିଛ

ମୋ ପାଇଁ ତ ସତ ପୂରା ଖାଣ୍ଟି

ନିଭାଉଛି ଅଙ୍ଗେ ଅଙ୍ଗେ ନିତି,

କଟୁ ସତ୍ୟ ଶ୍ରବଣ ରେ

ଜନେ ମଧ୍ୟ ହୋଇପାର

ଅଳ୍ସ ବେଶୀ ଖୁସି ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance