ସ୍ମୃତି-8
ସ୍ମୃତି-8
କେଜାଣି କେଉଁଠି ଥାଏ ଦିନ ସାରା,
ଫେରି ଆସେ ନିତି ସଞ୍ଜ ହେଲେ,
ମନର ଆକାଶେ ଭରି ଯାଏ ତାରା,
ଅଶ୍ରୁ ଭରା ଦୀପଟିଏ ଜଳି ଗଲେ I
ପ୍ରତି ତାରା କହେ ଛୋଟ କଥାଟିଏ,
ପ୍ରତି ତାରା ଜାଳେ ଗୋଟେ ସୃତି,
ପ୍ରତି ତାରାରେ ଛୋଟ ବ୍ୟଥାଟିଏ,
ଲେଖି ଯାଏ ଅତୀତର ଗୀତି I
ଏତେ ବଡ ନଭ ଏତେ ସାରା ଶୂନ୍ୟ,
ଏକା ସହେ ବିରହର ରାତି,
ଦେହର ପୀଡାଟି ଲାଗେ ମୋତେ ନ୍ୟୁନ,
ଜଳିଲେ ମନରେ ସ୍ମୃତି ତାତି I