Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ବିଜେକର ମା' ଲକ୍ଷ୍ମୀ

ବିଜେକର ମା' ଲକ୍ଷ୍ମୀ

1 min
196



ସଫା କରିଛି ମୁଁ ଘରଦ୍ୱାର ମୋର

ମା' ତୁ ଆସିବୁ ବୋଲି

ପାଦ ଚିହ୍ନ ତୋର ଆଙ୍କିଛି ଚିତାରେ

ଦୁଆର ଦେଇଛି ଖୋଲି ।

ଗୋବର ପାଣିରେ ଚଉରା ଲିପିଛି

ପକାଇ ଦେଇଛି ଚିତା

ତୋ ଖୁସି ପାଇଁ ଲୋ ଘରେ ମୋର ଆଜି

ବିରାଜୁଛି ନିରବତା ।

ପଦ୍ମଫୁଲେ ତୋର ଶରଧା ବୋଲି ମା'

ନିଜେ ମୁଁ ଆଣିଛି ତୋଳି

ଶୁଦ୍ଧ ପୂତ ହୋଇ ପିଠା ପଣା କରି

ସଜାଡିଛି ଭୋଗଥାଳି ।

ତୁ ଯଦି ଟିକିଏ କୃପାନେତ୍ରେ ମୋର

କୁଡିଆ କୁ ଦେବୁ ଚାହିଁ

ଧନ ଦରବରେ ପୂର୍ଣ୍ଣ ହେବ ଘର

ଅଭାବ ରହିବ ନାହିଁ ।

ଯାହା ଉପରେ ତୁ ପ୍ରଶନ୍ନ ହୁଅଉ

ହରିନେଉ ତାର ଦୁଃଖ

କୋପ ଦୃଷ୍ଟିରେ ତୁ ଚାହିଁଦେଲେ ଥରେ୮

ରାଜା ହେଇଯାଏ ରଙ୍କ ।

ଶ୍ରୀୟା ଚଣ୍ଡାଳୁଣୀ ଭକ୍ତିରେ ପୂଜିଲା

କରିଦେଲୁ ତାକୁ ରାଣୀ

ତୋ ଦୟା ଭଣ୍ଡାର ମୋପାଇଁ ଲୋ ମାଆ

ଟିକେ ଉଣା କରିବୁନି ।

    


Rate this content
Log in

Similar oriya poem from Abstract