STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

କଷ୍ଟ ହୁଏ

କଷ୍ଟ ହୁଏ

1 min
136

ଭାରି କଷ୍ଟ ହୁଏ ମୋତେ 

କେହି କିଛି କହିଲେ

ମୋ ମନ ଆଜି ଯାଏଁ 

କେହି ନ ବୁଝିଲେ

ଦୁଷ୍ଟ ଲୋକ ମାନେ

ଅପମାନ ଭରା କଥା କୁହନ୍ତି

ମୋ ଜୀବନେ ଆସି ଭାରି କଷ୍ଟ ଦିଅନ୍ତି

ମୋ ଜୀବନେ କେତେ ଶତ୍ରୁ ହୋଇ ଆସନ୍ତି

ଭାରି କଟୁ କଥା ମୋତେ କହି କଷ୍ଟ ଦିଅନ୍ତି

ମୋର ଦୁର୍ବଳତା ଦେଖି ସବୁ ଉପହାସ କରନ୍ତି

ମୋର ନିରିହତା ଦେଖି ଭାରି ଥଟା କରନ୍ତି

କେବେ କାହା କଥା ମୋ ଆଖିରେ ଲୁହ ଭରି ଦିଏ

କେବେ କାହା ବ୍ୟବହାର ଭାରି କ୍ରୋଧି ମୋତେ କରାଏ

କେବେ ମୋ ଆତ୍ମୀୟ ସ୍ଵଜନ ମୋତେ ନିନ୍ଦା କରେ

କେବେ ମୋତେ କିଏ ବିନା ଦୋସେ ଦୋଷୀ କରେ

ମୋର ସରଳତା ପାଇଁ ଆଜି ଭାରି କଷ୍ଟ ସହୁଛି

କେତେ ଲୋକଙ୍କ କେତେ କଥା 

ମନକୁ ଆଘାତ ଦେଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract