Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ଜୟ ବଜରଙ୍ଗବାଲି

ଜୟ ବଜରଙ୍ଗବାଲି

1 min
185


ଜୟ ହନୁମାନ ଅଞ୍ଜନା ନନ୍ଦନ

କପି କୂଳ ଶ୍ରେଷ୍ଠ ବୀର

ଶ୍ରୀରାମ ଭକତ ହେ ପବନ ସୁତ

ତୁମ ପାଦେ ନମସ୍କାର I

ବାଲ୍ୟକାଳେ ତୁମେ ଭୋକ ବିକଳରେ

ସୂର୍ଯ୍ୟଙ୍କୁ ଖାଇବା ପାଇଁ

ଆକାଶ ବୁକୁରେ ଧାଇଁ ଯାଇଥିଲ

ଶୂନ୍ୟରେ ଡେଇଁ ଡେଇଁ I

ସୀତାଙ୍କୁ ହରଣ କରି ଦଶାନନ

ନେଇଗଲା ଲଙ୍କାପୁର

ସୀତା ଠାବପାଇଁ ଗୋଟିଏ ଡିଆଁରେ

ସମୁଦ୍ରକୁ ଲଙ୍ଘିଗଲ I

ଅଶୋକ ବନରେ ମା' ସୀତାଙ୍କର

ଦର୍ଶନ ପାଇଲା ପରେ

ଲାଙ୍ଗୁଡରେ ନିଆଁ ଲଗାଇ ଜାଳିଲ

ବୁଲି ବୁଲି ଲଙ୍କାପୁରେ I

ଲଙ୍କା ଯିବାପାଇଁ ପ୍ରଭୁଙ୍କ ଆଜ୍ଞାରେ

ପ୍ରସ୍ତୁତି ଆରମ୍ଭ କଲ

କପିସେନା ସହ ସମୁଦ୍ର ବକ୍ଷରେ

ସେତୁବନ୍ଧ ବାନ୍ଧିଦେଲ I

ତୁମେ ସତ୍ୟନିଷ୍ଠ ଶ୍ରୀରାମ ସେବକ

ଭକ୍ତଶ୍ରେଷ୍ଠ ହନୁମାନ

ତୁମେ ମହାବୀର ରୁଦ୍ର ଅବତାର

ପ୍ରଣାମ ମୋହର ଘେନ I



Rate this content
Log in

Similar oriya poem from Abstract