STORYMIRROR

Jayashree Das

Tragedy

3  

Jayashree Das

Tragedy

ସମର୍ପଣ

ସମର୍ପଣ

1 min
196

ଖୋଜୁଛି ତୁମକୁ ମହୋଦଧି ଜଳେ

ଖୋଜେ ଶରଧା ବାଲିରେ  

ଶ୍ରୀମନ୍ଦିରେ ଖୋଜେ ମାଉସୀ ମା ଘରେ

ଖୋଜୁଛି ବଡ଼ଦାଣ୍ଡରେ 


ରତ୍ନ ସିଂହାସନେ କଳା ଦିଅଁ ତୁମେ 

ଦାରୁବ୍ରହ୍ମ ରୂପେ ଦେଖେ  

ଖୋଜେ ସେହି ରୂପ ନବଦୁର୍ବାଦଳ

କାମିନୀର ପ୍ରାଣ ଲାଖେ 


ଯେଉଁ ରୂପ ଦେଖି ଋଷି ଓ ତପସ୍ୱୀ

 ସଂଯମତା ଭୁଲିଥିଲେ  

ଆୟତ୍ତନୟନ ଗୈରିକ ବସନ

ସ୍ୱାମୀ ଭାବେ ଇଚ୍ଛା କଲେ 


ନବ ନୀରଦକୁ ଜିଣି ଯେଉଁ କାନ୍ତି

ପାଷାଣ ରମଣୀ ହେଲା  

ପରଷ ମାତ୍ରକେ ଅଭିଶାପୁ ମୁକ୍ତି

ଅହଲ୍ୟା ନାରୀ ହୋଇଲା  


ମସ୍ତକରେ ଜଟା ହାତରେ କୋଦଣ୍ଡ

ଭୂବନ ମୋହନ ହସ  

ଖୋଜୁଛି ମୋ ନେତ୍ର ଆହେ ସୀତାପତି

ତୁମେ ଶ୍ରୀମନ୍ଦିର ଈଶ  


ଦଶ ଅବତାର ଷୋଳକଳା ଦିଅଁ

ତୁମେ ଯେ ପରମ ଜ୍ୟୋତି  

ସେହି ଜ୍ୟୋତି ମଧ୍ୟୁ ଖୋଜୁଛି ନୟନ

ଶ୍ୟାମ ଦୁର୍ବାଦଳ କାନ୍ତି  


ଯେତେ ଥର ଗଲି ବଡ଼ ଦେଉଳକୁ

ରୂପ ତୋର ଭିନ୍ନ ଭିନ୍ନ  

ଶରଣ ଗଲିରେ ଜଗତ ଠାକୁର 

ପ୍ରାଣ କଲି ସମର୍ପଣ  



Rate this content
Log in

Similar oriya poem from Tragedy