STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ସମର୍ପଣ..

ସମର୍ପଣ..

1 min
224


କିଏ ଏଠି ଏକା..?

ନାଁ, ତୁମେ, ନାଁ, ମୁଁ..

ନାଁ, ସେଇ ନୀଳ ଆକାଶର

ନିରାଲା ଜ୍ୟୋସ୍ନା,

ନାଁ, ଏକଲା ପଣର ସେଇ

ନିଆରା ଷ୍ଟାଟସ..!


ବୁଝିଛେ ବୋଲି ତ ନୀରବ;

ଏଇ ସମୟ,ସେଇ ଆୟୁଷ,

କିଛି ବିଷ, କିଛି ପୀୟୂଷ,

ପ୍ରତି କ୍ଷଣ, ପ୍ରତି ମୁହୂର୍ତ୍ତ,

ଆଉ, ସେ ଏକଲା ପଣ..!


କିଏ, କିଏ ଏଠି ଏକା..?

ସେଇ ଏକୋଇର ଛବି,

ନାଁ, ତା'ମନ ତଳେ ସାଇତା

ତପ୍ତ ସପ୍ତଶଯ୍ୟାରେ ତରଙ୍ଗାୟିତ ଊର୍ମି,

ନାଁ, ରୂପାନ୍ତରିତ କ୍ଷୟଶିଳା ଖଣ୍ଡରେ ବିଭକ୍ତ

ସେ ବାଲୁକା ମୟ ସ୍ମୃତିର ବିବର୍ଣ୍ଣ ଇତି;

ବିଶ୍ୱାସର ଭଉଁରୀ ଭିତରେ

ସେ ସାତ ସାଗରର ଲହରୀ,

ନାଁ, ନୀଳ ନୀଳାମ୍ଭୂ ସମ୍ଭୂତ

ସୁପ୍ତ ଶାମୁକା ବକ୍ଷରେ ସଂଚିତ

ଶୁଭ୍ର ଦୀପ୍ତ ମୋତିର ଜ୍ୟୋତି,

ନିଃସ୍ୱ ତା'ର ହୃଦୟ ଆଉ

ହୃଦୟ ହୀନ ତା' ସତ୍ତା,

ତା'ର ଆପଣା ପଣ..!


କିଏ ପୁଣି ଏଠି ଏକା..?

ସେ ଚୋରା ବାଲି, ନାଁ, ଚଇତାଳି,

ନାଁ,ବିସ୍ତୀର୍ଣ୍ଣ,ବିଦୀର୍ଣ୍ଣ ବେଳାଭୂଇଁର

ସେଇ ଚିର ଅପେକ୍ଷିତ ମୃଗ ତୃଷ୍ଣା,

ନାଁ,ବେଧଡ଼କ ବୈଶାଖୀର ମନ ତଳେ

ତରଙ୍ଗାୟିତ ଯେତେ ବେସୁମାର ନିଶା,

ନାଁ,ତା'ର ରଙ୍ଗୀନ ରଣଝୋସ ଆଖିର

ଆକାଂକ୍ଷିତ ଝିଲମିଲ ଆଶାର ଜଲସା,

ନାଁ, ସେ ଉନ୍ମୁକ୍ତ ବିଭୋର ଉର୍ଦ୍ଧ ବାହୁର

ନକ୍ସାରେ ସୁସଜ୍ଜିତ ସ୍ମୃତିର

କିଛି ଭୁଲୁଣ୍ଠିତ ଖିଆଲି

ଆତ୍ମ ସମର୍ପଣ..!


















































































Rate this content
Log in

Similar oriya poem from Romance