STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ସମ୍ପର୍କ

ସମ୍ପର୍କ

1 min
236


ସମ୍ପର୍କ ଏମିତି ଶବ୍ଦଟିଏ ଯାହା

   ମମତାର ସୂତ୍ରଟିଏ,

ସମ୍ପର୍କ ସ୍ଥାପନ ପ୍ରତ୍ୟେକଙ୍କ ଧର୍ମ

   ସମ୍ପର୍କ ବନ୍ଧନ ଇଏ।।

ମାଆର ସମ୍ପର୍କ ମମତାରେ ଭରା

   ଥାଏ ନିଜ ସନ୍ତାନରେ ,

ଗାଁର ସମ୍ପର୍କ ଐତିହ୍ୟ ସଂସ୍କୃତି

   ପରମ୍ପରାର ଭିତରେ।

ଗାଈର ସମ୍ପର୍କ ଘାସଠିଁ ରହିଛି

   ଗୋପାଳର କ୍ଷୀର ସହ,

ବୃକ୍ଷଟି ସମ୍ପର୍କେ ପକ୍ଷୀଟିକୁ ଡାକେ

    ମୋ ଡାଳେ ଆସି ତୁ ରହ।

ବାଟ ସହିତରେ ବାଟୋଇ ସମ୍ପର୍କ

    ଭ୍ରମର ସହିତେ ଫୁଲ,

ସଧବା ସହିତ ଦୁଇପଟ ଶଙ୍ଖା

    ଟୋପେ ସିନ୍ଦୂର ନିଜର।

ଅଜାଙ୍କ ସମ୍ପର୍କ ବଙ୍କୁଲୀ ବାଡିରେ

    ମୀନ ସମ୍ପର୍କ ପାଣିରେ,

ପ୍ରେମୀ ଯୁଗଳଙ୍କ ନୀବିଡ ସମ୍ପର୍କ 

    ପ୍ରେମ ପ୍ରଣୟ ସାଥିରେ।

ଆକାଶ ବାନ୍ଧିଛି ମେଘଠିଁ ସମ୍ପର୍କ

    ଜହ୍ନ ସମ୍ପର୍କ କ‌ଇଁରେ,

ସୂର୍ଯ୍ୟ ଯେବେଉଠେ ପଦୁଅଁ ବି ଫୁଟେ

    ନଦୀ ସମ୍ପର୍କ ସାଗରେ।

ସଙ୍ଗୀତେ‌ ସମ୍ପର୍କ କଣ୍ଠଶିଳ୍ପୀଟିର

   ତୂଳୀ ସାଥେ ଚିତ୍ରକର,

ବଂଶୀର ସମ୍ପର୍କ ସାତ ସୁରେ ପୁଣି

   ଲେଖନୀରେ କବିଟିର।

ଚୋରର ସମ୍ପର୍କ ଅନ୍ଧାର ରାତିରେ

   ପ୍ରେମର ଚାନ୍ଦିନୀ ରାତି,

 ଏକାକିନୀ ସେହି ବିରହିଣୀ କ‌ଇଁ

   ଖୋଜୁଥାଏ ମନ ସାଥୀ।

ସମ୍ପର୍କରେ ବନ୍ଧା ଦୁନିଆଁ ଯଦିବା 

   ମାନବିକ ମୁଲ୍ୟବୋଧ,

ପବିତ୍ର ସମ୍ପର୍କ କାହିଁ କଳଙ୍କିତ

   ମୂଲ୍ୟହୀନ ସେହି ଶବ୍ଦ।

ପ୍ରେମ ଏଠି ଯଦି ପ୍ରତାରଣା ହୁଏ

   ସମ୍ପର୍କର ଦ୍ଵାହୀଦେଇ,

ବୁଝିବାକୁ ହେବ ସ୍ଵାର୍ଥ ଅହଂ ଭାବ

   ପ୍ରାୟତଃ ୟା ପାଇଁ ଦାୟୀ।

ଘରେ ଘରେ ମିଠା ସମ୍ପର୍କଟି ଆଜି

    ସତେ ହଳାହଳ ବିଷ ,

ପ୍ରତି ଅନୁଷ୍ଠାନେ କି ଅନୁଶାସନେ

    ସମ୍ପର୍କଟି ଲାଗେ ତୁଚ୍ଛ।

ଭୁଲ୍ ବୁଝାମଣା କାମନା ବାସନା

    ପାଇଁ ସମ୍ପର୍କଟି ଖଟା,

ଯିଦି ଅହଂକାରେ ସମ୍ପର୍କ ଜୂଆରେ

    ପଡ଼ିଯାଏ ପୁଣି ଭଟ୍ଟା।

 କର୍ମଚାରୀ ଏଠି କରୁଛି ଦୁର୍ନୀତି

   ସ୍ଵାର୍ଥ ଅର୍ଥେ ଅନ୍ଧ ହୋଇ,

ମଦ୍ଯପର ମଦେ ସମ୍ପର୍କଟି ଯେଣୁ

   ବ୍ୟଭିଚାର ବଢୁଥାଇ।

ଯେଉଁ ସମ୍ପର୍କଟା ନଷ୍ଟକାରୀ ତା'ଠୁଁ

   ଦୂରେଇ ରହିବା ଭଲ,

ଯଦିବା ସମ୍ପର୍କ ସତସଙ୍ଗେ ଥିବ

   ମିଳିଯିବ ମୁକ୍ତିଦ୍ଵାର। 

ପେଟର ସମ୍ପର୍କ ମୁଠେ ଆହାରରେ

   ମୁଣ୍ଡ ସମ୍ପର୍କ ଜ୍ଞାନରେ,

ହାତର ସମ୍ପର୍କ ଦାନ ପୁଣ୍ୟ ସହ

   ପାଦ ସମ୍ପର୍କ ତୀର୍ଥରେ।

ଆଖିର ସମ୍ପର୍କ ଦୁଃଖୀକୁ ନିରେଖ

   ସତ୍ଯର ସମ୍ପର୍କ ପାଟି ,

ପରୋପକାରର ସମ୍ପର୍କରେ ବନ୍ଧା

   ଏହି ମଣିଷ ଦେହଟି। 

ସାସ୍ଵତ ସମ୍ପର୍କ ଚିରନ୍ତନ ସତ୍ୟ

   ଆଉ ଯେତେ କ୍ଷଣସ୍ଥାୟୀ,

ପ୍ରେମର ସମ୍ପର୍କେ ଯେ ବାନ୍ଧିବ ଏଠି

   ସେ ଏକା ଜିତିବ ଭାଇ।

ସେହି ସମ୍ପର୍କକୁ ହାଟ ବଜାରରେ

   ଖୋଜିଲେ ପାଇବ ନାହିଁ,

 ମନ ସଫା କଲେ ନିଜଠୁଁ ମିଳିବ

   ମୂର୍ଖ ଅପର୍ତ୍ତି କହ‌ଇ।



Rate this content
Log in

Similar oriya poem from Tragedy