Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Romance Tragedy

4  

Rabindra kumar Sahoo

Romance Tragedy

"ସମ୍ପର୍କ ର ଶେଷ ପ୍ରଶ୍ନ"

"ସମ୍ପର୍କ ର ଶେଷ ପ୍ରଶ୍ନ"

1 min
243


  ତୁମ ମନ ମୋ ମନ

  ତୁମ ହୃଦୟ ମୋ ହୃଦୟ ରେ

   ଗଢି ଉଠିଥିବା ସମ୍ପର୍କ ରେ

  ସୃଷ୍ଟି ହୋଇଥିବା କେତେ ଅଦୃଶ୍ୟ ସ୍ଵପ୍ନ

   ସତେ କ'ଣ ସେସବୁ ଥିଲା

   ଆମ ସମ୍ପର୍କର ଶେଷ ପ୍ରଶ୍ନ ?


   ଆମ ପ୍ରେମ ଆମ ପ୍ରଣୟର କଳ୍ପନା

  ଆମ ମଧ୍ୟେ ଆଣିଥିଲା ଅସୁମାରୀ ଭାବନା

   ତୁମେ ଚନ୍ଦ୍ରମୁଖୀ ସଦୃଶ ଥିଲ

    ମୋ ହୃଦୟ ଆକାଶର ଜହ୍ନ

    ମୁଁ ଥିଲି ପ୍ରେମିକ ତବ

    ଥିଲି ତୁମ ପାଇଁ ମିଛ ପ୍ରତିଶ୍ରୁତି

      ଥିଲା ମୋ ପ୍ରେମ 

    ତୁମ ପାଇଁ ପ୍ରତାରଣା ପୂର୍ଣ୍ଣ

   ନ ଥିଲି ତୁମ ସମକକ୍ଷ

    ନ ଥିଲା ମୋ'ର ଧନ ରୂପ ଯୌବନ

   ସେ ପାଇଁ ମୋ ପ୍ରେମ ମୋ ଜୀବନ

     ତୁମ ଲାଗି ଏତେ ହୀନିମାନ

   ଆମ ସମ୍ପର୍କରେ ପଡିଲା ତେଣୁ ପୂର୍ଣ୍ଣଛେଦ

   ଆମ ପ୍ରେମ ରହିଲା ଅଧୁରା ଅବୋଧ 

     ମୋ ମନେ ରହିଗଲା ତୁମ ପାଇଁ

    କେତେ କେତେ ଅକୁହା କଥା 

     ଆମ ପ୍ରେମର ଅନେକ ଅଦୃଶ୍ୟ ଚିହ୍ନ 

      ସତେ ଅବା ସେସବୁ

      ଆମ ସମ୍ପର୍କ ର ଶେଷ ପ୍ରଶ୍ନ ।

 

    ଅତୀତ ଭବିଷ୍ୟତ ବର୍ତ୍ତମାନ

    ସବୁ ମୁହୂର୍ତ୍ତେ ଦର୍ଶାଉଛି

    ମୋତେ ଆମ ପ୍ରେମ କାହାଣୀ ର

     କେତେ କେତେ ଅଧୁରା ସ୍ଵପ୍ନ

    ସେ ସ୍ଵପ୍ନ ରେ ତୁମେ ଓ ମୁଁ ର

    ଜୁଆର ଓ ଭଟ୍ଟା ର ଚିହ୍ନ

    କେବେ ଉତ୍ଥାନ କେବେ ପୁଣି ପତନ

    ସବୁ ସ୍ଵପ୍ନ ଆମ ହେଲା ରଙ୍ଗହୀନ

   ସବୁ ପରିକଳ୍ପନା ହେଲା ରୂପ ହୀନ

  ସବୁଠି ଦେଖାଯାଏ ମୋତେ

    ତୁମ ରୂପ ଲାବଣ୍ୟ 

    ସବୁ ରହିଗଲା ଅଧାଗଢା ଦେବ ସମାନ

    ସମାଜ ଆଖିରେ ସ୍ଵୀକୃତିପ୍ରାପ୍ତ

    ହୋଇପାରିଲାନି ଆମ ପ୍ରେମ ଜାଣ 

    ମୁଁ ଓ ତୁମେ ଉଭୟେ ପଚାରୁଛେ

    ଉଭୟଙ୍କୁ ଆମ ପ୍ରେମ

     ସମ୍ପର୍କ ର ଶେଷ ପ୍ରଶ୍ନ

    ତୁମେ ଭୁଲ୍ ନା ମୁଁ ଭୁଲ୍

     କାହିଁକି ରହିଲା ହୋଇ

   ଆମ ପ୍ରେମ ଅସମ୍ପୂର୍ଣ୍ଣ

     ଏହି କ'ଣ ତେବେ ଜୀବନ

   ଏହି କ'ଣ ତେବେ ପ୍ରେମର ସ୍ବରୂପ

    ଶାଶ୍ଵତ ପ୍ରେମ କ'ଣ 

   ଏ ଦୁନିଆଁ ଆଗରେ ମୂଲ୍ୟହୀନ

    ଏ ସମାଜ ଏ ପରିବାର ଏ ପରିବେଶ

    କେବେ କ'ଣ କରେ ନାହିଁ 

     ଶାଶ୍ଵତ ପ୍ରେମ ମୂଲ୍ୟାୟନ

    ତୁମକୁ ମୋ'ର ଓ ମୋତେ ତୁମର

     ଆମ ସମ୍ପର୍କର ଶେଷ ପ୍ରଶ୍ନ ?


   


Rate this content
Log in

Similar oriya poem from Romance