ସମ୍ବିଧାନ ଦିବସ
ସମ୍ବିଧାନ ଦିବସ


ଆମ ସମ୍ବିଧାନ ବିଶ୍ବରେ ମହାନ
ବିଶାଳ ତା କଳେବର
ଧର୍ମ ନିରପେକ୍ଷ ମନ୍ତ୍ରରେ ମନ୍ତ୍ରିତ
ଗଣତନ୍ତ୍ରର ସମ୍ଭାର ।
ଶ୍ରୀ ଆମ୍ଵେଦକର ଜ୍ଞାନ ପାରାବାର
ରଚିଥିଲେ ସମ୍ବିଧାନ
ସେହି ସମ୍ଵିଧାନ ଏ ଦେଶ ଜୀବନ
ଚାଲେ ଆଇନ ଶାସନ ।
ନିରତ ଉଦ୍ୟମେ ଦୃଢ଼ ପରିଶ୍ରମେ
କଠୋର ସାଧନ ବଳେ
ଦୀର୍ଘ ସମ୍ବିଧାନ ସର୍ବ ବୂହତ୍ତମ
ପ୍ରଦାନୀ ଦେଶ ମଂଗଳେ ।
ଏ ଯୁଗ ବାଲ୍ମୀକ ପ୍ରଜ୍ଞାର ସାଧକ
ଧନ୍ଯ କଲମ ତୁମର
ରଖିଗଲ ଯଶ ଚିର କାଳ ପାଇଁ
ହେଲ ତେଜସ୍ବୀ ଭାସ୍କର
।
ଉନବିଂଶ ସନ ଅଣଚାଷ ମାସ
ନଭେମ୍ବର ଛବିଶ ଦିନ
ମହା ସମ୍ବିଧାନ ହେଲା ସମର୍ପଣ
ଭାରତ କଲା ଗ୍ରହଣ ।
ଆମେ ଭାରତୀୟ କଲେ ଯେ ଶପଥ
ଦେବାକୁ ଯଥାର୍ଥ ମାନ୍ଯ
ଆଇନ ଶାସନ ଚାଲିଲା ସେ ଦିନୁ
ମଣିଲୁ ଆମକୁ ଧନ୍ଯ ।
ଆସ ମୋ ଭାଇ ଭଉଣୀ ସଭିଏଁ
ଦୃଢ଼ ସଂକଳ୍ପ କରିବା
ଜାତୀୟ ସଂହତି ବଜାୟ ରଖିବା
ଦେଶେ ପ୍ରେମେ ବାଂଧିହେବା ।
ସମ୍ବିଧାନ ମାନ ରଖିବା ଅକ୍ଷୁର୍ଣ୍ଣ
ନିୟମେ ସମ୍ମାନ ଦେଵା
ଜାତିର ଉନ୍ନତି ଦେଶର ପ୍ରଗତି
ପାଇଁ ଜୀବନ ଅର୍ପିବା ।।