ସମ୍ଭାବନାମୟ ବିଚିତ୍ରା
ସମ୍ଭାବନାମୟ ବିଚିତ୍ରା
କବିତା - ସମ୍ଭାବନାମୟ ବିଚିତ୍ରା
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୧୦-୨୦୨୫
++++++++++++++++
ଅଧାରୁ ଅଧେ ମଣିଷ ଭାବନ୍ତି
ଜୀବନଟା ରୂପେଲି ସୁନେଲି ଗୋଲାପ ବଣ
ସୁବାସିତ ସୁଗନ୍ଧିତ କ୍ଷଣ
ମୁଁ ଭାବେ ଅନ୍ୟଥା
ଜୀବନଟା କାଦୁଅ ପଚ ପଚ ପୁତିଗନ୍ଧମୟ ତୁଣ
କର୍ଦ୍ଦମାକ୍ତ କ୍ଳେଶର କଷଣ------୧
ଆଧାରୁ ଅଧେ ମଣିଷ କୁହନ୍ତି
ଜୀବନଟା ଗୋଟେ କମନୀୟ ନମନୀୟ ଆଭୁଷଣ
ଉଲ୍ଲାସେ ଫଗୁଣିତ ପ୍ରଫୁଲ୍ଲିତ ଅନୁକ୍ଷଣ
ମୁଁ ଭାବେ ବହୁଧା
ଜୀବନଟା ଗୋଟେ ହଳାହଳ ମୟ ବିଷକୁମ୍ଭ
ନୀଳକଣ୍ଠ ଦେବାକୁ ଆୟାସ ପ୍ରୟାସ ବାରଣ-----୨
ଅଧାରୁ ଅଧେ ମଣିଷ ଭାବନ୍ତି
ଜୀବନଟା ଛାୟା ସିନ୍ଗଧ ସୁଶୀତଳ ବାମ୍ଫୀଜଳ
ନୀଳ ନୀଳିମା ଘେରା ଫେନୀଳ
ମୁଁ କରେ ମସୁଧା
ଜୀବନଟା ହେଉ ଉର୍ଦ୍ଧ୍ଵମୂଖୀ ବହୁମୁଖୀ ପ୍ରତିଭା ସ୍ବାକ୍ଷର
କ୍ଷଣିକେ ସମାଧାନ ଶତାବ୍ଦୀ ତଳର ବିଚାର-----୩
ଅଧାରୁ ଅଧେ ମଣିଷ ଗପନ୍ତି
ଜୀବନଟା ପରା ତପ୍ତ ମରୁଭୂମୀର ତତଲା ବାଲୁକା ସ୍ତୁପ
ଉଡି ଭିଡ଼ି ଛିଡ଼ୁଥାଏ ଉତୁଥାଏ ଅହଂକାର କୂପ
ମୁଁ ଭାବେ ଅନେକ
ଜୀବନଟା ହେଉ ଫୁଲ ଫଗୁଣର ଫଗୁଖେଳ ପରି ବିଚିତ୍ରବର୍ଣ୍ଣ
ରଙ୍ଗ ଲଗେଇଲେ ସାତ ଖୁଣ ମାଫ ଶୁଦ୍ଧ ସୁବର୍ଣ୍ଣା----୪
ଅଧାରୁ ଅଧେ ମଣିଷ ବଦନ୍ତି
ଜୀବନଟା ପରା ବୈଶାଖୀ ତତଲାଝାଞ୍ଜି ଡ଼ହଡହ ଅସହ୍ୟ ଖରା ପ୍ରବଣ
ଗୁଳୁଗୁଳି ମିଶିଗଲେ ସ୍ବେଦ ମନ୍ଦାକିନୀ ଝରଣ
ମୁଁ ଭାବେ ଅଲଗା
ଜୀବନଟା ଦେଇ ଋତୁ କାକଳିତ ପ୍ରିତି ମହକିତ ବଉଳ ଫୁଲର ବାସ
ଚହଟ ଚିକଣ ସୁବାସ ବିତରୁ ବାରମାସ----୫
ଅଧାରୁ ଅଧେ ମଣିଷ ଇଚ୍ଛନ୍ତି
ଜୀବନଟା ଖାଲି ଜଞ୍ଜାଳମୟ ଝଡ଼ଝଞ୍ଜାର ତଡିତ ପ୍ରବେଶ ଆଶଙ୍କା ବଳୟ
କ୍ଷଣ କ୍ଷଣକେ ଆନ ସମସ୍ୟା ଆଳୟ
ମୁଁ ଭାବେ ଅନନ୍ୟା
ଜୀବନଟା ହେଉ ଉକ୍ତି ଶ୍ରଦ୍ଧା ସ୍ୱର ଭୌତିକବାଦର ଉପର
ପରକୁ ଆପଣାର କରି ପାରିବାର ଶକ୍ତି ମାତର---୬
ଅଧାରୁ ଅଧେ ମଣିଷ ଭାବନ୍ତି
ଜୀବନଟା ପରା ହାହାକାର ଭରା ବନ୍ଧନୀ ମଧ୍ୟରେ ଘେରା ସାତ ସପନ
ଆଶାର ତରଣୀ ଓଲଟି ପଡିଲାଣି ଘନଘନ
ମୁଁ ଭାବେ ଅନ୍ୟଥା
ଜୀବନଟା ହେଉ ସମ୍ଭାବନାମୟ ବିଚିତ୍ରା ବିଭୁଆଶ୍ରିତ ଚରିତ୍ରା
ଭକ୍ତିମୟ ଶାନ୍ତିମୟ ପରିଚୟପୂର୍ଣ୍ଣ ମଇତ୍ରା ----୭
