ସମ୍ଭାବନା
ସମ୍ଭାବନା
ମଣିଷ ପଣିଆ ହଜିଲା ମନରୁ
ଅମଣିଷ ଆସି ଗ୍ରାସେ,
ବିଶ୍ଵାସ ରେ ବିଷ ମିଶେ ହଳାହଳ
ଦୟା ପ୍ରେମ ହଜି ବସେ।
ଯଦୁ ବଂଶ ଯେବେ ଶେଷ ହୋଇଥିଲା
ସୋମରସ ପାନ କରି,
ନିଜେ ଆତ୍ମାହୁତି ଦେଇଥିଲେ କୃଷ୍ଣ
ଶିଆଳି ଲତାରେ ପଡି।
ଯାହାର ନିର୍ଦ୍ଦେଶେ ସୃଷ୍ଟି ଆତଯାତ
ତା ଇଛାରେ ଥିଲା ସବୁ,
ନୁତନ ଯୁଗର ସୂର୍ଯ୍ୟ ସମ୍ଭାବନା
ଦେଖି ସାରିଥିଲେ ପ୍ରଭୁ।
ଆସିଛି ସେ ଦିନ ତା ଇଚ୍ଛା ଅଧିନ
ବିଚରା ମାନବ ଗଣ,
ନର ସଂହାର ରେ ଲିପ୍ତହୋଇଛନ୍ତି
ହୋଇ ସବୁ ହୀନମନ୍ୟ।
ଅହଂ ରାକ୍ଷସର ବଳେ କବଳିତ
ସ୍ୱାର୍ଥ ଲୋଭ ଧରେ ଭିଡ଼ି,
ସଂହାର କରିବ ଯନ୍ତ୍ରଣା ଯେ ଦେବ
କଳ୍କୀ କରେ ଘୋର ରଡ଼ି।
ଚାରିଆଡ଼େ ଖାଲି ବୋମା ବିଭୀଷିକା
ମନୁଷ୍ୟର କୃତ କର୍ମ,
ନିଜର ସୁରକ୍ଷା କବଚ ଭାବିଲା
ଭେଦୁଛି ନିଜର ମର୍ମ।
ଅଗ୍ନି ବରଷୁଛି ଆକାଶୁଁ ପାତାଳ
ରକ୍ଷା କାହାର ଯେ ନାହିଁ,
ସବୁଜ ବନାନୀ ଦେଖା ଯାଏ ନାହିଁଁ
ଅର୍ଦ୍ଧଦଗ୍ଧ ଶବ ଭୁଇଁ।
ବିଶ୍ଵ ଯୁଦ୍ଧ ଡରେ ସବୁ ପ୍ରକମ୍ପିତ
ମିଛୁଟାରେ ବଡିଆମୀ,
ଧ୍ୱଂସ ଲୀଳା ନିଜେ ଆରମ୍ଭ କରିଛ
ସବୁ ହେବ ଧ୍ୱଂସଗାମୀ।