SM Boos :ପ୍ରେମ ବିରହ କବିତା: 02
SM Boos :ପ୍ରେମ ବିରହ କବିତା: 02
ତୁମେ ଥିଲ ମୋର ପ୍ରଥମ ସକାଳ-ଶରତର ଜହ୍ନରାତି,
ତୁମେ ହିଁ ପ୍ରଥମେ ପୁଲକ ଜଗାଇ-ଛନଛନ କଲ ଛାତି |
ତୁମରି ପାଇଁ ମୋ ଉଦାସ ହୃଦୟେ ଫୁଟିଲା କଦମ୍ବ ଫୁଲ,
ଲୁଚି ଲୁଚାଇଲ ମୋତେ ଶିଖାଇଲ ନୂଆ ଲୁଚକାଳି ଖେଳ |
କ୍ଳାନ୍ତ ଡେଣାରେ ମୋ ଦେଇଥିଲ ବଳ-ଶୂନ୍ୟ ଅଞ୍ଜଳିକୁ ଭରି,
ଭଗ୍ଣବୀଣାରେ ଝଙ୍କାର ତୋଳିଲ ସୁର ଲୟ ତାଳ ଧରି |
ହତାଶା ମରୁରେ ବରଷି ଯିବାକୁ ଆସିଲ ବାଦଲ ହୋଇ,
ଦିଗହରା ଥିଲି ପଥ ଦେଖାଇଲ ଧ୍ରୁବତାରାଟିଏ ହୋଇ |
ତୁମେ ହିଁ ବୁଝିଲ ମୋ ହୃଦୟ ଭାଷା-ପଢିଲ ଅଲେଖା ବ୍ୟଥା,
ଅନୁରାଗ ରଙ୍ଗେ ଭିଜାଇ ମୋ ମନ ଶୁଣିଲ ଅକୁହା କଥା |
ଆଙ୍କିଦେଲ ତୁମେ ଶତ ଇନ୍ଦ୍ରଧନୁ ଜୀବନ ଆକାଶେ ମୋର,
ତୋଳିଦେଲ ପୁଣି ଅଳକାପୁରୀରେ ହୀରା-ମୋତି ଖଞ୍ଜା ଘର |
ସ୍ମୃତିକୁ ସାଉଣ୍ଟେ ଆଜି ମୁଁ ନିସଙ୍ଗେ ଖୋଜେ ତୁମ ପ୍ରୀତିଛୁଆଁ,
ତୁମରି ବିରହେ ପାଏ ମୁଁ ଯାତନା –ମନହୁଏ ଅମାନିଆଁ |

