Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahendra Kumar Swain

Children

4.0  

Mahendra Kumar Swain

Children

ସିଲଟ

ସିଲଟ

1 min
171


ଜୀବନରେ ଯେବେ ଅକ୍ଷର ଶିଖିଲି

ସିଲଟରେ ଲେଖୁଥିଲି

ପ୍ରଥମେ ତିନୋଟି ଶୂନ କରି ମୁହିଁ

ଅକ୍ଷର ମୁଁ ଲେଖୁଥିଲି ।


ଧରି ମୋର ହାତ ବୋଉ ଯେ ମୋହର 

ଅକ୍ଷର ତ ଶିଖାଇଲା

ଧରି ମୋର ହାତ ମାଆ ଅକ୍ଷରରୁ

ଶିକ୍ଷା ମୋ ଆରମ୍ଭ କଲା ।


ସିଲଟ ସହିତ ସମସ୍ତଙ୍କର ଯେ 

ରହିଛି ଏକ ସମ୍ପର୍କ

ପ୍ରଥମ ଶିକ୍ଷା ଯେ ସିଲଟରେ ହୁଏ

ଶିଖନ୍ତି ଅକ୍ଷରଯାକ ।


ଓଦାକରିଦେଇ ସିଲଟକୁ ମୋର

ଗୀତ ଆମେ ଗାଉଥିଲୁ

ନଈ ପାଣି ତୁରେ ନଈକୁ ଫେରିଯା

ଏ ଗୀତକୁ ଗାଉଥିଲୁ ।


ଭଳି ଭଳି ଚିତ୍ର କରି ଯେ ସେଥିରେ

ସାଙ୍ଗକୁ ଦେଖଉଥିଲୁ

ସିଲଟ ସହିତ ପ୍ରଥମ ଜୀବନ

ଖୁସୀରେ ତ କାଟୁଥିଲୁ ।


ଦେଖି ସେ ସିଲଟ ମନେ ପଡ଼ିଯାଏ

ପୁରୁଣା ଦିନର ସ୍ମୃତି

ଯାଇଅଛି ଯାହା ସଭିଙ୍କ ଜୀବନେ

ହୋଇ ଏକ ଦିନ ବିତି ।।


Rate this content
Log in

Similar oriya poem from Children