ସବୁରି ପ୍ରାନ୍ତେ
ସବୁରି ପ୍ରାନ୍ତେ
ଉଚ୍ଛୁଳା ନଈର ସ୍ରୋତ
ଧୋଇ ନିଏ ଅଲୋଡା ଅପଦାର୍ଥ
ପରସି ଯାଏ
ସବୁଜ ପଟ୍ଟାଳି ପାଇଁ
ଉର୍ବର ମୃତ୍ତିକାର ସମ୍ଭାର।
ନିଷ୍ଠୁର ପ୍ରଖର ରୌଦ୍ର
ରକ୍ତକୁ ରୂପ ଦିଏ ଜଳ ବିନ୍ଦୁର
ଥକ୍କାପଣ କିନ୍ତୁ
ନିମନ୍ତ୍ରଣ କରେ
ରାତ୍ରୀ ଗଚ୍ଛିତ ସୁନିଦ୍ରାର।
ଅନ୍ଧକାର ନିଃଶବ୍ଦ ନିଶି
ଟିକି ଟିକି ତାରାଫୁଲର ଗନ୍ତାଘର
ସୂଚନା ଦିଏ
ଉଦିତ ହବାକୁ ଥିବା
ଏକ ସ୍ୱର୍ଣ୍ଣିମ ପ୍ରାତଃର।
ଜୀବନର ବକ୍ରାକାର ଚଲାପଥେ
ଦୁଃଖ କ୍ଳେଶ ସାଥି ସଭିଙ୍କର
ଅନୁଭବ କରାଏ
ଆତ୍ମତୃପ୍ତି ଆନନ୍ଦ ଉଲ୍ଲାସ ଭଳି
ସୁନ୍ଦର ଅନୁଭୂତିମାନଙ୍କର ।