STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ସୀତା ଠାବ

ସୀତା ଠାବ

1 min
242


ଧରି ଛଦ୍ମବେଶ ବୀର ହନୁମାନ

      କରିଲେଟି ଠାବ ଅଞ୍ଜନା ନନ୍ଦନ

ଚିନ୍ତାମଗ୍ନ ସୀତେ ଅଶୋକ ଉଦ୍ୟାନେ

      ଅଶ୍ରୁ ପୂର୍ଣ୍ଣ ନେତ୍ର ବ୍ୟତୀତ ଜୀବନ

ଧରି ଛଦ୍ମବେଶ....


ଦେଖନ୍ତି ମାରୁତି ଦୁର୍ଦ୍ଦଶା ତାଙ୍କର

      ନେତ୍ରୁ ବହୁଅଛି ଅଶ୍ରୁ ଧାର ଧାର

ରାମନାମ ଗୁଞ୍ଜେ ହୃଦୟେ ତାଙ୍କର

      ରହିଛନ୍ତି ତହିଁ ରାକ୍ଷସୀ ଅପାର

ଧରି ଛଦ୍ମବେଶ....


ଅନ୍ନପୂର୍ଣ୍ଣା ମାତେ ଲକ୍ଷ୍ମୀ ଠାକୁରାଣୀ

     ରାମଙ୍କ ଘରଣୀ ଅଯୋଧ୍ୟାର ରାଣୀ

କଷ୍ଟ ଭୋଗୁଛନ୍ତି ଜଗତ ତାରିଣୀ

     ରାବଣ ବିନାଶ ଉଦ୍ୟାନେ ଧରଣୀ

ଧରି ଛଦ୍ମବେଶ....


ହୋଇଛନ୍ତି ରୁଣ୍ଡ ରାକ୍ଷସୀ ସେଠାରେ

      ଧରି ଅସ୍ତ୍ରଶସ୍ତ୍ର ସୀତେ ସୁରକ୍ଷାରେ

କରନ୍ତି ଗର୍ଜନ ରାକ୍ଷସୀ ସେଠାରେ

     ରାବଣ କଥାକୁ ବୁଝାଇ ତାଙ୍କରେ।

ଧରି ଛଦ୍ମବେଶ....


ଲଙ୍କାର ରାଜନ ଅତି ବଳଶାଳୀ

     ତିନିପୁର ରାଜା ଅଟେ ଧନଶାଳୀ

ଲଙ୍କା ସୁବର୍ଣ୍ଣର ସେନା ଶକ୍ତିଶାଳୀ

     ପାଟରାଣୀ ହେବୁ ମିଥିଳା ଦୁଲ୍ଲାଳୀ

ଧରି ଛଦ୍ମବେଶ....


କଥା ନମାନିଲେ ହେବ ତୁ ଆହାର

    ମନୁଷ୍ୟ ମାତ୍ରେ ହିଁ ଭୋଜନ ଆମର

କଥା ଶୁଣ ସୀତେ କହୁଅଛୁ ଧୀରେ

    ରାବଣର ପତ୍ନୀ ହୁଅରେ ଖୁସିରେ।

ଧରି ଛଦ୍ମବେଶ....


ନାରୀ ପତିବ୍ରତା ଜନକ ନନ୍ଦିନୀ

     ପ୍ରଭୁ ପଦେ ଧ୍ୟାନ ରଖିଛି ଜନନୀ

ମାତା ଜଗତର କେତେ ହୀନିମାନି

      ଛନ୍ତିରେ କଷ୍ଟେ ଜନନୀ।

ଧରି ଛଦ୍ମବେଶ....


ପ୍ରଭୁଙ୍କ ବାରତା କିପରି କହିବି

     ମୋର ପରିଚୟ କିପରିଟି ଦେବି

ବୁଦ୍ଧି ଦିଶୁନାହିଁ ବିଶ୍ୱାସ କରିବେ

     ଛାର ବାନରକୁ କି ନିଜ ଭାବିବେ।

ଧରି ଛଦ୍ମବେଶ....


                               



Rate this content
Log in

Similar oriya poem from Tragedy