ସିଏ ମୋର ପ୍ରିୟ ଗାଁ
ସିଏ ମୋର ପ୍ରିୟ ଗାଁ
କେବେ ହାତ ଠାରିକେବେ ନାମ ଧରିଡାକୁଛି ମୋତେ ମୋ ଗାଁ ।
କେବେଠୁ ଦେଖିନିକେବେଠୁ ଛୁଇଁନିତା ଶିରୀ,ଚଇତି ବାଆଁ।
ତାହାରି ବୁକୁରେ ପାଦ ଗଣି ଗଣିଚାଲିବା ଶିଖିଛି ମୁହିଁ ।
କେତେ ଯେ ପଡିଛିକେତେ ଯେ ଝୁଣ୍ଟିଛି ହିସାବ କା ପାଖେ ନାହିଁ ।
ସାଙ୍ଗ ମେଳେ ଖେଳିତା ଧୂଳି,ବାଲିରେଛୋଟରୁ ହୋଇଛି ବଡ଼ ।
କୁନି କୁନି ପାଦେଆଘାତ ଦେଇଛିକରିନି କେବେ ଆକଟ ।
ମୋ ଗାଁ ତୁଠରେ ସକାଳ ସଂଜରେ ଲାଗେ ଭୁଆଁସୁଣି ଭିଡ଼ ।
ରାଇଜକ କଥା ଟୁପୁରୁ ଟାପୁରୁକି ଖରା ବରଷା ଜାଡ ।
ମୋ ଗାଁ ମନ୍ଦିରେ ଶଙ୍ଖ ଘଣ୍ଟି ଶୁଭେପ୍ରଭାତେ ସନ୍ଧ୍ୟାରେ ନିତି ।
ମୋ ଗାଁ ବିଲରେ ଗୀତ ଗାଇ ଗାଇ କୃଷକ କରଇ କ୍ଷେତି ।
ଜନନୀଟେ ପରିପାଳିଅଛି ମୋତେ କରିନି କଉଠି ଉଣା ।
ବାତ୍ସଲ୍ୟ ପ୍ରେମରେ ବାନ୍ଧିକି ରଖିଛି ଜଗତରେ ଅନୁପମା ।
ତାହାରି କୋଳରେ ଜୀବନ ଆରମ୍ଭହେଉ ତା କୋଳରେ ଶେଷ ।
ପଞ୍ଚଭୂତେ ଗଢ଼ାମୋର ଏ ଶରୀରତା ମାଟିରେ ହେଉ ନିଃଶେଷ ।
ମେଲାଣୀ ଦେଇଛିବିଗତ ଦିନରୁ ନିଜ ଗୋଡେ କରି ଠିଆ ।
ସରଗଠୁ ବଡ଼ ଗଙ୍ଗାଠୁ ପବିତ୍ର ତ୍ୟାଗର ଜୀବନ୍ତ ନାଁ ।
ସିଏ ମୋ ପ୍ରିୟ ଗାଁ ।
ସିଏ ମୋ କୋରୁଆ ଗାଁ ।
