STORYMIRROR

Tapan Dixit

Romance Abstract Others

3  

Tapan Dixit

Romance Abstract Others

ଶୂନ୍ୟତାର ଅନ୍ତଃସ୍ୱର

ଶୂନ୍ୟତାର ଅନ୍ତଃସ୍ୱର

1 min
27.8K


ଶୂନ୍ୟତା ଆସି ଦସ୍ତକ ଦିଏ

ସଞ୍ଜ ନଇଁଲା ପରେ

ଶେଫାଳି ମହକ ଖେଳି ବୁଲୁଥାଏ

ଉଲଗ୍ଣ ମଳୟରେ,

ଜହ୍ନ ରୋଷଣୀରେ ତାତି ଭରି ଯାଏ

ରାତି ଯଉବନୀ ହେଲେ

କଡ଼ ଲେଉଟାଏ ସ୍ମୃତି ଅଜଗର

‘ବିରହ ଡାଏରୀ’ ଖୋଲେ

ପରସ୍ତ ପରସ୍ତ ସପନରେ ଆସ

ଆସି ପୁଣି ଯାଅ ଫେରି

ଲେଉଟାଣୀ ଜହ୍ନ - ପାହାନ୍ତି ତାରାରେ

ରାତିଟା ଆସଇ ସରି ,

ନିତି ଦିନ ସାଥୀ ରାତି ବିତିଯାଏ

ମଧୁଶାଳା ପଥ ପରେ

ବାକୀ ଯାହାସବୁ ସମାହିତ ହୁଏ

ଶୂନ୍ୟତାର ଅନ୍ତଃସ୍ୱରେ ||

ତପନ ଦୀକ୍ଷିତ (ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance