ଶୂନ୍ୟତା
ଶୂନ୍ୟତା
କାହିଁକି କେଜାଣି ତୁମ ପ୍ରତିଛବି
ଆସୁଥାଇ ନିତି ମନେ
ଚାଲିଗଲ ସାଥି ଅଧା ରଖି ପ୍ରିତୀ
ଦୁଃଖ ଦେଇ ମୋ ଜୀବନେ ।
ଚେହେରା ଅନେକ ଦେଖେ ମୋର ଆଖି
ଲାଗ ଭଲ ଖାଲି ତୁମେ
ଦେହ ମନ ସବୁ ପ୍ରିତୀରେ ଭିଜାଇ
ହଜିଯାଅ ପ୍ରତିକ୍ଷଣେ ।
ଚାତକ ସଦୃଶ ଚାହିଁ ବସିଥିଲି
ପ୍ରୀତିର ବରଷା ଧାରା
ବୈଶାଖ ର ତାତି କରଇ ଅତୃପ୍ତି
ଜଳି ଯାଏ ମନ ପାରା।
ଫଗୁଣର ଫଗୁ ଆଣିଥିଲି ହାତେ
ରଙ୍ଗେଇବା ପାଇଁ ଅଙ୍ଗ
ଲୁହ ବନ୍ୟା ଆସି ଧୋଇ ନେଇଗଲା
ଅଧୁରା ମୋ ପ୍ରିତୀ ରଙ୍ଗ ।
ଆଶା ସ୍ବପ୍ନ ଯେତେ ମରୀଚିକା ପ୍ରାୟ
ତତଲା ମରୁରେ ପ୍ରାଣ
ଶୂନ୍ୟତା ଘେରିଚି ପ୍ରିୟାର ଦୂରତା
ନିସଙ୍ଗେ ଛାଡେ ପରାଣ ।