STORYMIRROR

Prabhati Mahapatra

Romance Tragedy

3  

Prabhati Mahapatra

Romance Tragedy

ଶୁଷ୍କ ମୋ ହୃଦୟ ନଈ

ଶୁଷ୍କ ମୋ ହୃଦୟ ନଈ

1 min
185

ଶୁଷ୍କ ମୋ ହୃଦୟ ନଈ

ଝୁରି କାନ୍ଦେ କଇଁ କଇଁ

ଲୋତକେ ଗୁମୁରେ ମନ ନାଉରି

ସ୍ମୃତିକୁ ଜାବୁଡ଼ି ଧରି

ପାରିନି ସେ ମାୟା ଭୂଲି

ନିତି ତୁମେ ଆସୁ ଥିଲ

ବିସ୍ତୀର୍ଣ୍ଣ ବାଲୁକା ଡେଇଁ

ତୁମରି ଆସିବା ପଥକୁ

ମନ ମୁଗ୍ଧେ ଥିଲି ଚାହିଁ।

ଉଚ୍ଚ ଉଚ୍ଚ ଉତ୍ତାଳ ତରଙ୍ଗ ଉଠି

ଆଲୋଡନ କଲା ସୃଷ୍ଟି

ଅକୁହା କଥାକୁ କେବଳ

ଆଖି ଇଶାରାରେ

ଓଠର ଅସ୍ପଷ୍ଟ ଭାଷାରେ

କୁନ୍ତଳେ ଦର୍ଶାଇ

ନିରବକୁ ସାଇତି ରଖେ

ମୋ ମନ ମନ୍ଦିରେ 

ପୂଜିବା ପାଇଁ ।

ଯେବେଠୁ ଲିଭି ଗଲା

ତୁମର ପାଦ ଚିହ୍ନ

ପଣତେ ବାନ୍ଧିଲି ମୋ ଅବୁଝା ମନ

ଜାଣିନା ଏଇ ଶୁଖିଲା ନଈ ଦେଇ

ଆସିବ କି ନା 

ପ୍ରୀତିର ନିଝୁମ ଶ୍ରାବଣ ନେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance