ଶୁଷ୍କ ମୋ ହୃଦୟ ନଈ
ଶୁଷ୍କ ମୋ ହୃଦୟ ନଈ
ଶୁଷ୍କ ମୋ ହୃଦୟ ନଈ
ଝୁରି କାନ୍ଦେ କଇଁ କଇଁ
ଲୋତକେ ଗୁମୁରେ ମନ ନାଉରି
ସ୍ମୃତିକୁ ଜାବୁଡ଼ି ଧରି
ପାରିନି ସେ ମାୟା ଭୂଲି
ନିତି ତୁମେ ଆସୁ ଥିଲ
ବିସ୍ତୀର୍ଣ୍ଣ ବାଲୁକା ଡେଇଁ
ତୁମରି ଆସିବା ପଥକୁ
ମନ ମୁଗ୍ଧେ ଥିଲି ଚାହିଁ।
ଉଚ୍ଚ ଉଚ୍ଚ ଉତ୍ତାଳ ତରଙ୍ଗ ଉଠି
ଆଲୋଡନ କଲା ସୃଷ୍ଟି
ଅକୁହା କଥାକୁ କେବଳ
ଆଖି ଇଶାରାରେ
ଓଠର ଅସ୍ପଷ୍ଟ ଭାଷାରେ
କୁନ୍ତଳେ ଦର୍ଶାଇ
ନିରବକୁ ସାଇତି ରଖେ
ମୋ ମନ ମନ୍ଦିରେ
ପୂଜିବା ପାଇଁ ।
ଯେବେଠୁ ଲିଭି ଗଲା
ତୁମର ପାଦ ଚିହ୍ନ
ପଣତେ ବାନ୍ଧିଲି ମୋ ଅବୁଝା ମନ
ଜାଣିନା ଏଇ ଶୁଖିଲା ନଈ ଦେଇ
ଆସିବ କି ନା
ପ୍ରୀତିର ନିଝୁମ ଶ୍ରାବଣ ନେଇ ।

