STORYMIRROR

ଦୀପଙ୍କର ଦାସ

Tragedy

4  

ଦୀପଙ୍କର ଦାସ

Tragedy

ଶୁଣ ରାଧା

ଶୁଣ ରାଧା

1 min
429

ତୁ କାହିଁ କାନ୍ଦୁ କାହ୍ନାର ପ୍ରେମରେ ସେ କେବେଠୁ ଭୁଲି ସାରିଛି

ସେ ପ୍ରେମର ଭାଷା ଭୁଲିଛି ଏବେ ଅସ୍ତ୍ରର ଭାଷା କହୁଛି

ବଂଶୀ ଧରୁଥିବା ମାଧବ ଏବେ ସୁଦର୍ଶନ ଧରୁଛି

ସେ କି ବୁଝିବ ଲୁହର ମାନେ

ଯେ ରକ୍ତର ହୋଲି ଖେଳୁଛି

ବଂଶୀ ଧରୁଥିବା ମାଧବ ଏବେ ସୁଦର୍ଶନ ଧରିଛି।

କୁରୁକ୍ଷେତ୍ର ବାଟ ବେଶୀ ନୁହେଁ ରାଧା

କାହିଁ ଏଠି ବସି ହେଉଅଛୁ ଓଦା

ତୋ ଆଖିରେ ସିନା ଲୁହ ଅଛି ଦେଇ

କେତେ ଶରୀରରୁ ରୁଧିର ଛୁଟଇ

ଯମୁନା ପାଣିକୁ ଅଣଦେଖା କରି

ଗୋମତି ପାଣିରେ ଭିଜୁଛି

ବଂଶୀ ଧରୁଥିବା ମାଧବ ଏବେ ସୁଦର୍ଶନ ଧରିଛି।

ଅଯୋଧ୍ୟା ସହର ଆଲୁଅ ଆଲୁଅ ଆଜି ଦୀପାବଳୀ ମାନୁଛି

ମର୍ଯ୍ୟାଦା ପୁରୁଷ ବନବାସ ସାରି ଘର ଅଭିମୁଖେ ଫେରୁଛି

ଗୋପର ଚିରାଗ ଛଡାଇ ନେଇଛି ଗୋପ ହୀନିମାନେ ମରୁଛି

ମୁରାରୀ ମୋହନ ରଘୁତିଲକ ଭୁଲି ପୋଡ଼ି ଖାଇ ସାରିଛି

ରାବଣ ହରଣ ଏତେ ବଡ଼ ଶାସ୍ତି

ତା ପରିତ୍ୟାଗ ଦଣ୍ଡ ଭୁଲିଛି

ସେଠି ଦଶରଥ ଆଦେଶ ମାନୁଛି

ଯଶୋଦା କଥାକୁ ଭୁଲିଛି

ବଂଶୀ ଧରୁଥିବା ମାଧବ ଏବେ ସୁଦର୍ଶନ ଧରିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy